ଦୋକାନ ଜଳିବାକୁ ନେଇ ରାସ୍ତା ରୋକ
3/11/2019 at 3:19 PM

ଭଣ୍ଡାରିପୋଖରୀ ୩।୧୧: ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କୋର୍ଟ ଗଳିରେ ଥିବା ଏକ ଲେଡିଜ କର୍ଣ୍ଣରରେ କବାଟ ତଳ ପଟୁ ପେଟ୍ରୋଲ ଢାଳି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ନିଆଁ ଲଗାଇଥିବା ଦୁର୍ବୁତ୍ତକୁ ଧରିବା ଦାବିରେ ପୁରୁଣାବଜାର ରାସ୍ତାର ପୌରପାଳିକା କାର୍ଯ୍ୟାଳୟ ନିକଟରେ ଦୋକାନୀ ମାନେ ରାସ୍ତାରୋକ କରିଛନ୍ତି ।

ଗତକିଛି ଦିନ ତଳେ ସମାନ ଢଙ୍ଗରେ ଅନ୍ୟ ଗୋଟିଏ ଦୋକାନରେ ସହ ୮ଟି ଟ୍ରଲିରେ କେହି ଦୁର୍ବୁତ୍ତ ନିଆଁ ଲଗାଇଥିଲେ ।ବାରମ୍ବାର ଏପରି ଘଟଣାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
Related Posts
ବ୍ଲକ୍କୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ, ଚିନ୍ତାରେ ପ୍ରଶାସନ
23 April 2021
ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
23 April 2021