ମିଳିଛି ଟୋକନ, ହେଲେ ଧାନ ନେଉନି ସେବା ସମବାୟ ସମିତି ; ରାସ୍ତାରେ ବସିଲେ ଚାଷୀ

Published By : Prameya-News7 Bureau | March 10, 2021 IST

ଭଦ୍ରକ ୧୦।୦୩: ଟୋକନ ମିଳିଛି, ସେଥିରେ ଧାନ ଦେବାର ତାରିଖ ମଧ୍ୟ ରହିଛି । କିନ୍ତୁ ଧାନ ହେଉନାହିଁ ସେବା ସମବାୟ ସମିତି । ଏହାସହ କଟନୀ ଛଟନୀ ସମସ୍ୟାକୁ ନେଇ ତାତିଛନ୍ତି ଚାଷୀ । ରାଜ୍ୟ ରାଜପଥରେ ଧାନ ଢାଳି ରାସ୍ତାରୋକ କରିଛନ୍ତି ଚାଷୀ ।

ଖବର ଅନୁଯାୟୀ, ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ଗଣିଜାଙ୍ଗ ଠାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ । ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ ଆସିଛି । ଚାଷୀଙ୍କ କହିବା କଥା ଯେ ଟୋକନ ମିଳିଥିଲେ ମଧ୍ୟ ଧାନ କିଣାରେ ବିଳମ୍ବ ହେଉଛି ।

ଦଲାଲଙ୍କୁ ପ୍ରଶ୍ରୟ ଦେଇ ସମବାୟ ସମିତି ସେମାନଙ୍କ ଠାରୁ ଧାନ କିଣୁଛନ୍ତି । କିନ୍ତୁ ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରୁ ନାହାନ୍ତି । କଟନି ଛଟନିର ମଧ୍ୟ ସମସ୍ୟା ରହିଛି । ଏସବୁ ସମସ୍ୟାକୁ ନେଇ ଚାଷୀ ମାନେ ରାସ୍ତାରେ ଧାନ ଢାଳି ଅବରୋଧ କରିଛନ୍ତି । ଧାନ ଗୁଡିକ ରହି ମାନ କମିବା ସହ ଗାଈ ଗୋରୁ ଖାଇଦେଉଥିବା ଅଭିଯୋଗ ହୋଇଛି । ଯାତାୟାତ ବାଧାପ୍ରାପ୍ତ ହେବା ସହ ଉଭୟ ପଟେ ଅନେକ ଗାଡି ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.