ଧାନ ପାଇଁ ରାସ୍ତା ରୋକ, ଦାବି ପୂରଣ ନହେଲେ ଜୋରଦାର ଆନ୍ଦୋଳନର ଚେତାବନୀ

Published By : Prameya-News7 Bureau | December 22, 2020 IST

ଭଦ୍ରକ ୨୨।୧୨:  ଧାନ ପାଇଁ ରାସ୍ତା ରୋକ । ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ସେବା ସମବାୟ ସମିତିରେ ଧାନ ବିକ୍ରୟ କରିବାକୁ ଅନୁମତି ଦାବିରେ ରାସ୍ତା ରୋକ ହୋଇଛି । ରାସ୍ତା ଉପରେ ଧାନ ବସ୍ତା ଓ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ରୋକ କରିଛନ୍ତି ଶତାଧିକ ଚାଷୀ । ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ରାସ୍ତାର ଇଚ୍ଛାପୁର ଛକ ନିକଟରେ ରାସ୍ତାରୋକ କରିଛନ୍ତି ଚାଷୀ । ରାସ୍ତା ରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

{"id":381040,"sizeSlug":"large","linkDestination":"none"}

ଖବର ଅନୁଯାୟୀ,  ଭଦ୍ରକ ଜିଲ୍ଲା ବରହମପୁର ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀ ମାନେ ରାସ୍ତା ରୋକ କରିଛନ୍ତି । ବରହମପୁର ସେବା ସମବାୟ ସମିତି ଅଧିନରେ ବରହମପୁର ଓ କେଦାରପୁର ପଞ୍ଚାୟତର ଚାଷୀ ମାନେ ପଞ୍ଜିକୃତ ହୋଇଛନ୍ତି । ଏହାଦ୍ୱାରା ବିଭିନ୍ନ ସୁବିଧା ଓ ସୁଯୋଗର ଲାଭ ଉଠାଇଥାନ୍ତି । କିନ୍ତୁ ଚଳିତବର୍ଷ ଚାଷୀମାନେ ସେବା ସମବାୟ ସମିତି ବଦଳରେ ବରହମପୁର ପଞ୍ଚାୟତ ପାଇଁ ନିତାଇଗୌର ସ୍ୱୟଂ ସହାୟିକା ଗୋଷ୍ଠୀ ଓ କେଦାରପୁର ପଞ୍ଚାୟତ ପାଇଁ ଓଁ ନମଃ ଶିବାୟ ସ୍ୱୟଂ ସହାୟିକା ଗୋଷ୍ଠିକୁ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଇଛି ।

{"id":381041,"sizeSlug":"large","linkDestination":"none"}

କିନ୍ତୁ ଚାଷୀଙ୍କ ଅଭିଯୋଗ ଯେ, ସେମାନେ ସ୍ୱୟଂ ସହାୟିକା ଗୋଷ୍ଠୀ ଧାନ ସଂଗ୍ରହ କଲେ ଚାଷୀଙ୍କୁ ଠିକ୍‌ ପ୍ରାପ୍ୟ ପାଇବେ ନାହିଁ ।  ସେଥିପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପୁନଃ ସେବା ସମବାୟ ସମିତିକୁ ଧାନ ସଂଗ୍ରହ ଦାୟିତ୍ୱ ଦେବା ପାଇଁ ଦାବି ହୋଇଛି । ଯଦି ଦାବି ପୂରଣ ନହେଲେ ଆଗାମୀ ଦିନରେ ରାସ୍ତା ରୋକ ଜାରି ରହିବ ।  ଆନ୍ଦୋଳନକୁ ତିବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।  ସେହିପରି ଅନ୍ୟପଟେ ରାସ୍ତାରୋକ ଲାଗି ଉଭୟ ପଟରେ ଗାଡିଗୁଡିକ ଅଟକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.