ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ
25/06/2019 at 8:29 AM

ଝାରସୁଗୁଡା ୨୫|୬: ଗତରାତିରେ ବ୍ରଜରାଜନଗର ବସଷ୍ଟାଣ୍ଡରେ ହୋଇଥିବା ଗୁଳିକାଣ୍ଡ ପ୍ରତିବାଦରେ ଆରମ୍ଭ ହୋଇଛି ରାସ୍ତାରୋକ । ଗାନ୍ଧିଛକ ଠାରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକମାନେ। ବ୍ରଜରାଜନଗର ଅଞ୍ଚଳର ଖୋଲାଖୋଲି ଭାବେ ଅପରାଧି ବୁଲୁଥିବା ବେଳେ ସେମାନଙ୍କ ଧରିବା ଦାବିରେ ଚାଲିଛି ରାସ୍ତାରୋକ।

ଗତରାତିରେ ବ୍ରଜରାଜନଗର ବସଷ୍ଟାଣ୍ଡରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାସ୍ ଖେଳୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଯୁବକ ଅମିତ ଧଳଙ୍କ ଉପରକୁ ୫ ରାଉଣ୍ଡ ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ଗୁରୁତର ଅମିତଙ୍କୁ ଭୁବନେଶ୍ବରକୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା । ଗତ ଜୁନ୍ ୧୦ ତାରିଖରେ ମଣ୍ଡଳିଆରେ ମଧ୍ୟ ଅନ୍ୟ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିଚାଳନା କରି ଅପରାଧୀ ଫେରାର ହୋଇଯାଇଥିଲେ। ଆଜି ପର୍ଯ୍ୟନ୍ତ ପୋଲିସ ଅପରାଧୀକୁ ଧରିବପାରି ନାଥବା ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଉତ୍ତେଜନା।