ନୟାଗଡ ପାଣିଗିରି ଘାଟିରେ ମାଟି ଅତଡା ଧସି ରାସ୍ତା ଅବରୋଧ

Published By : Prameya-News7 Bureau | September 11, 2018 IST

ନୟାଗଡ ୧୧|୯: ମାଟି ଅତଡା ଧସି ରାସ୍ତା ଅବରୋଧ ହୋଇଥିଲା । ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ପାଣିଗିରି ଘାଟିରେ ମାଟି ଅତଡା ଧସିଥିଲା । ମାଟି ଅତଡା ଧସିବା ଯେ।ଗୁଁ ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଥିଲା । ପ୍ରଶାସନ ପକ୍ଷରୁ ଦୁଇଟି ପ୍ରୋକଲିନ ମେସିନ ଦ୍ବାରା ମାଟି କଢାଯାଇଛି । ମାଟି କଢାଯିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ପାଣିଗିରି ଘାଟିରେ ମାଟି ଅତଡା ଧସିଥିଲା । ଫଳରେ ରାତି ୩ଟାରୁ ଗାଡି ଚଳାଚଳ ବନ୍ଦ ରହିଥିଲା । ରାସ୍ତା କାମ ପରେ ଯେଉଁ ପଥର ପ୍ୟାକିଂ ଦିଆଯିବା କଥା ତାହା ଦିଆଯାଇନଥିଲା । ଫଳରେ ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ଧସିବା ସହ ବଡ ବଡ ଗଛ ମଧ୍ୟ ରାସ୍ତା ଉପରେ ପଡିକି ରହିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ପ୍ରୋକଲିନ ମେସିନ ସାହାର୍ଯ୍ୟରେ ମାଟି କଢାଯାଇଥିଲା । ଗାଡି ଚଳାଚଳ ସ୍ବାଭାବିକ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.