କନ୍ଧମାଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ; କ୍ଷତିପୂରଣ ଓ ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ

Published By : Prameya-News7 Bureau | September 23, 2018 IST

କନ୍ଧମାଳ ୨୩|୯: କନ୍ଧମାଳ ଜିଲ୍ଲା କୋଟଗଡରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ତୀବ୍ର ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଓ ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟଲୋକେ । ହାଟପଦା ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ମୁନିଗୁଡା ବ୍ରହ୍ମପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୨ଟାରେ ନାବାଳିକା ଶୌଚ ହେବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ଶେଷରେ ପରିବାର ଲୋକେ କୋଟଗଡ ଥାନାରେ ଏତଲା ଦେଇଥିଲେ । ପୋଲିସ ବହୁ ଖୋଜାଖୋଜି କରିବା ପରେ ହାତକଟା ନାଳ ନିକଟ ଜଙ୍ଗଲରୁ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଥିଲେ । କେହି ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି । ପୋଷ୍ଟମର୍ଟମ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.