Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଏନଏଚ-୪୯ ମରାମତି ଦାବିରେ ବିଜେପି ପକ୍ଷରୁ ୧୨ଘଣ୍ଟିଆ ରାସ୍ତାରୋକ

30/08/2019 at 8:26 AM

ଦେବଗଡ ୩୦୮: ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି । ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ଵରେ ଦେବଗଡ ସହର ଟ୍ରାଫିକ ଛକଠାରେ ବିଜେପି କର୍ମୀମାନେ ରାସ୍ତାରୋକ କରିଛନ୍ତି ।

ଦେବଗଡ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର କୋଲକାତା-ମୁମ୍ବାଇ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ଏହାର ମରାମତି କରାଯାଉନଥିବାରୁ ବ୍ୟାପକ ଦୁର୍ଘଟଣା ଘଟୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି  । ଜାତୀୟ ରାଜପଥର ଅଧିକାଂଶ ସ୍ଥାନ ଗାଡଖାଲରେ ଭର୍ତ୍ତି ହୋଇଥିବା ବେଳେ ଏହାର ମରାମତି  ନହେବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ପଥର ଗୁଣ୍ଡ ପକାଇବା ଯୋଗୁଁ ରାସ୍ତାରେ ବ୍ୟାପକ ଧୂଳି ଉଡୁଥିବା ଯୋଗୁଁ ଯାତାୟାତ କରି ହେଉନଥିବା ଅଭିଯୋଗ କରିଛନ୍ତି।

ଏପରି ସ୍ଥଳେ ଶୀଘ୍ର ୪୯ ନମ୍ବର ଜାତୀୟ ରାଜପଥର ମରାମତି କରାନଗଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି। ଜିଲ୍ଲାର ବାରକୋଟ, କଣ୍ଢଳ, ତିଲେଇବଣି ଆଦି ସ୍ଥାନରେ ରାସ୍ତାରୋକ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାସ୍ତାରୋକ ଯୋଗୁଁ କୋଲକାତା-ମୁମ୍ବାଇ ମଧ୍ୟରେ ଗାଡି ଚଳାଚଳ ବ୍ୟାହତହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଗାଡି ଅଟକି ରହିଛି ।

   Related Posts