ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ, ୨ ଗୁରୁତର
7/08/2020 at 7:59 AM

ଯାଜପୁର୭/୮: ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଏବଂ ୨ ଜଣ ଗୁରୁତର। ଧର୍ମଶାଳା ଥାନା ରଥିଆ ଛକ ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଭୁବନେଶ୍ବରରୁ ଏକ କାର ଯୋଗେ ଗୋଟିଏ ପରିବାର ସଦସ୍ୟ ପଶ୍ଚିମବଙ୍ଗର ମେଦିନାପୁରକୁ ଯାଉଥିବା ବେଳେ ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ୨ ଜଣ ଗୁରୁତରଙ୍କୁ ଧର୍ମଶାଳା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଉଛି। ମୃତକ ସମସ୍ତେ ପୁରୁଷ ରହିଛନ୍ତି। ପୁଲିସ ଘଟଣାସ୍ଥଳେ ପହିଁଞ୍ଚି ଗାଡିକୁ ଜବତ କରିଛି।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021