ଓଡ଼ିଶାରେ ସବୁଠାରୁ ବଡ଼ କିଲର ହେଉଛି ସଡ଼କ ଦୁର୍ଘଟଣା- ଜାଣନ୍ତୁ କେତେଜଣଙ୍କର ହେଉଛି ମୃତ୍ୟୁ

Published By : Prameya-News7 Bureau | November 21, 2019 IST

ଭୁବନେଶ୍ୱର ୨୧।୧୧ -  ରାଜ୍ୟରେ ଦୁର୍ଘଟଣା ବଢୁଛି । ରାଜ୍ୟରେ ୪ ବର୍ଷରେ ୧୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଖାଲି ସେତିକି ଲକ୍ଷ ଲକ୍ଷ ଗାଡି ଗାଡ଼ି ଗଡୁଛି ଯେଉଁମାନଙ୍କର ଫିଟନେସ ନାହିଁ।  ଆଉ ଏସବୁ ପରିବେଷ ପ୍ରଦୂଷଣ କରୁଛନ୍ତି ଓ  ଦୁର୍ଘଟଣା ବଢାଉଛନ୍ତି। ସଡ଼କ ଦୁର୍ଘଟଣାକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ।

{"id":187698,"sizeSlug":"large"}

ଓଡ଼ିଶାରେ ସବୁଠାରୁ ବଡ଼ କିଲର ହେଉଛି ସଡ଼କ ଦୁର୍ଘଟଣା।  ଗଲା ୪ ବର୍ଷରେ ରାଜ୍ୟରେ ୪୦ ହଜାର ୮୫୨ ଦୁର୍ଘଟଣା ଘଟିଛି । ଏସବୁ ଦୁର୍ଘଟଣାରେ ୧୮ ହଜାର ୬୮୩ ଜଣଙ୍କ ମୃତ୍ୟୁ ହୋଇଛି।  ଏହା ବିଧାନସସଭାରେ ସ୍ବୀକାର କରିଛନ୍ତି ଖୋଦ ବିଭାଗୀୟ ମନ୍ତ୍ରୀ। କେବଳ ଏତିକି ନୁହେଁ ରାଜ୍ୟର ଏବେ ୨୨ ଲକ୍ଷ ୯ ହଜାର ଏମିତି ଗାଡି ଅଛି ଯେଉଁଗୁଡ଼ିକର ଅବଧି ୧୫ ବର୍ଷରୁ ଅଧିକ । ଏଭଳି ଗାଡି ଆଉ ରାସ୍ତାରେ ଗଡିବା କଥା ନୁହେଁ । କିନ୍ତୁ ଏହି ଗାଡିରୁ ୧୧ ଲକ୍ଷ ୪୩ ହଜାର ପୁରୁଣା ଗାଡ଼ି ଏବେ ବି ରାସ୍ତାରେ ଗଡୁଛି । ସରକାରଙ୍କ ଏପରି ନୀତିକୁ ନେଇ ଏବେ ବି ଘେରିଛନ୍ତି ବିରୋଧୀ । ରାଜ୍ୟରେ ରାସ୍ତା ଅବସ୍ଥା ଠିକ ନାହିଁ ।ସେମିତି ଭିତ୍ତିଭୂମି ନଥିବାରୁ ଗାଡି ମଟର ସଠିକ ଯାଞ୍ଜ କି ଫିଟନେସ ହୋଇପାରୁନି ।ଯାହାକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

{"id":187699,"sizeSlug":"large"}

ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ଅଧିକାଂଶ ଦୁର୍ଘଟଣା ନିଶାଗ୍ରସ୍ତ କାରଣରୁ ଘଟୁଛି । ତେବେ ନୂଆ ମୋଟର ଯାନ ଆଇନ ଆସିବା ପରେ ରାଜ୍ୟରେ ଦୁର୍ଘଟଣା କମିଛି । ୧୫ ବର୍ଷରୁ ଉର୍ଦ୍ଧ୍ବ ଗାଡି ବ୍ୟବହାରକୁ ନିଷିଦ୍ଧ କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ।  ତେବେ କେନ୍ଦ୍ର ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ବିଭାଗୀୟମନ୍ତ୍ରୀ ।

{"id":187700,"sizeSlug":"large"}

ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଲାଗି ସଚେତନତା କାର୍ଯ୍ୟକ୍ରମ ହେଉଛି । ହେଲେ ଏଥିପାଇଁ ସରକାର ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି ସେଇ ଅନୁସାରେ କିନ୍ତୁ ଦୁର୍ଘଟଣା କମୁନି । ରାସ୍ତାଘାଟର ଉନ୍ନତି ସାଙ୍ଗକୁ ଭିତ୍ତିଭୂମିର ବିକାଶ ହେଲେ ସଡକ ଦୁର୍ଘଟଣା ବହୁ ପରିମାଣରେ କମିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.