ଉତ୍ତରାଖଣ୍ଡ ଥେରାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଖାଇକୁ ଖସିପଡିଲା ମ୍ୟାକ୍ସ

Published By : Prameya-News7 Bureau | October 13, 2019 IST

ଚାମୋଲୀ:  ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲା ଥେରାଲି ମୋଟର ମାର୍ଗରେ ଏକ ଯାତ୍ରୀବାହୀ ମ୍ୟାକ୍ସ ଖାଇକୁ ଖସିପଡିଛି। ଫଳରେ ଏଥିରେ ଯାତ୍ରା କରୁଥିବା ୧୮ ଜଣଙ୍କ ମଧ୍ୟରୁ ୧୦ଜଣ ପ୍ରାଣହରାଇଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ଗାଡିରୁ ଲୋକଙ୍କ ଉଦ୍ଧାର ଲାଗି ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଗାଡି ଖାଇରେ ପଡିଥିବାରୁ  ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ପହଞ୍ଚି ପାରିନାହାନ୍ତି।

ବାହନରେ ଥିବା ସମସ୍ତ ଯାତ୍ରୀ ବଲାଣ ଗାଁର ଓ ସେମାନେ ଦେବାଲକୁ ଏକ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ଯାଉଥିଲେ ବୋଲି ଜଣାପଡିଛି।  ମୋଟର ମାର୍ଗର କାଲିତାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ କରି ନପାରିବାରୁ ଗଭିର ଖାଇକୁ ଖସିପଡିଥିଲା। ସୂଚନା ପାଇ ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଏସଡିଆରଏଫକୁ ଡକାଇଯାଇଥିଲା।

ଏସଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡିରେ ୧୮ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବାର ଥରାଲି ଏସଡିଏମ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଉଦ୍ଧାରକାରୀ ଦଳ ଗାଡି ନିକଟରେ ପହଞ୍ଚିବା ପରେ ସେଥିରେ କେତେ ଯାତ୍ରୀ ଥିଲେ ତାହା ଜଣାପଡିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.