ରାସ୍ତାକଡକୁ ଓଲଟିଲା ଟାଟା ମ୍ୟାଜିକ୍: ୪ଗୁରୁତର, ୨୦ଆହତ

Published By : Prameya-News7 Bureau | December 29, 2019 IST

ମୋହନା ୨୯।୧୨:  ମୋହନା ତାରଣୀ ମନ୍ଦିର ନିକଟରେ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିପଡ଼ିଲ ଟାଟା ମ୍ୟାଜିକ୍‌ । ଦୁର୍ଘଟଣାରେ ଟାଟା ମ୍ୟାଜିକ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୦ଆହତ ହୋଇଥିବା ବେଳେ ୪ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଗୁରୁତର ଥିବା ସମସ୍ତ ଯାତ୍ରୀଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଆହତ ଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀ କର୍ଚବାଡି ଲୁଡୁପଙ୍କା ଗାଁରୁ ପିଣ୍ଡିକି ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.