ପରିବା ଦୋକାନ ପାଖରେ ଅଘଟଣ, କାରରେ ନିଆଁ ଲାଗି ୨ ଗୁରୁତର, ଜଣେ ମୃତ

Published By : Prameya-News7 Bureau | October 25, 2021 IST

ରାୟପୁର୨୫/୧୦ : ରବିବାର ରାତିରେ ରାୟପୁରର ତେଲିବନ୍ଧା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କାରରେ ଥିବା ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇ ଆହତଙ୍କୁ ମେକାହରରେ ଚିକିତ୍ସା କରାଯାଉଛି ।


ତେଲିବନ୍ଧା ପୋଲିସ କହିବା ଅନୁସାରେ ବଡ଼ଯୋର ଆସୁଥିବା ଏକ କାର ଗୋରୁ ଓ ଗଛକୁ ବାଡ଼େଇ ପରିବା ଦୋକାନ ଭିତରକୁ ପଶିଯାଇଥିଲା ଥିଲା। କାରସହ ପୁଣି ଏକ ଶକ୍ତଧକ୍କା ହେବାଦ୍ୱାରା କାରରେ ନିଆଁ ଲାଗି ଯାଇଥିଲା । କାରରେ ଥିବା ତିନିଜଣ ଯୁବକ ସେଠାରୁ ବାହାରି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ନିଆଁ ସମ୍ପୁର୍ଣ୍ଣ ଅଣାୟତ୍ତ ହୋଇଯାଇଥିଲା।

ମେକାହାରାରେ ଚିକିତ୍ସା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ଶରୀରର ୯୦% ପୋଡ଼ି ଯାଇଥିଲା। ଅଗ୍ନିକାଣ୍ଡ କାରଣରୁ ଗୋଟିଏ ଗାଈ ମଧ୍ୟ ମରିଯାଇଛି । ପ୍ରବଳ ଅଗ୍ନିକାଣ୍ଡ କାରଣରୁ କାରଟି ପୁରା ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରହିଛନ୍ତି । ଏହାସହ ସମ୍ପୃକ୍ତ ମୃତ ଓ ଆହତ ଯୁବକଙ୍କ ପରିଚୟ ଏବେସୁଦ୍ଧା ଜଣାପଡିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.