ଭାରସାମ୍ୟ ହରାଇ ଓଲଟିଲା ଆଳୁ ବୋଝେଇ ଟ୍ରକ, ଡ୍ରାଇଭର ଓ ହେଲପର ଆହତ
20/11/2019 at 7:52 AM

ପାଟଣା ୨୦।୧୧: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ରାଜପଥର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ହାତିବାରି ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ତୁରୁମୁଙ୍ଗା ହାତିବାରି ନିକଟରେ ଏକ ୧୪ ଚକିଆ ଆଳୁ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟିପଡିଛି । ଘନ କୁହୁଡି ଯୋଗୁ ଡ୍ରାଇଭର କିଛି ଦେଖି ପାରି ନଥିଲେ , ତେବେ ୪୯ ନମ୍ବର ରାଜପଥ ର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାର କୌଣସି ସତର୍କ ସୂଚନା ନଥିବାରୁ ଏକ ଡାଇଭରସନ ପୋଲ ଉପରେ ଗାଡି ଚଢିଯିବାରୁ ଦୁର୍ଘଟଣା ଘଟିଛି। ଡ୍ରାଇଭର ଓ ହେଲପର ଆହତ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଳୁବୋଝେଇ ଟ୍ରକଟି କଲିକତା ରୁ ବମ୍ବେ ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି ।
Related Posts
ବଲାଙ୍ଗୀର: ଯୌତୁକ ପାଇଁ ନବ ବଧୂଙ୍କୁ ହତ୍ୟା ଅଭିଯୋଗ
25 January 2021