ଟ୍ରକ ଧକ୍କାରେ ମାଆ ଓ ପୁଅ ମୃତ, ବାପା ଗୁରୁତର, ଘଟଣାସ୍ଥଳରେ ଚାପା ଉତ୍ତେଜନା
1/02/2020 at 9:49 PM

ନୂଆପଡା ୦୧।୦୨: ନୂଆପଡା ଜିଲ୍ଲା ଖଡିଆଳ ଥାନା ଦେଓବାହାଲ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମାଆ ଓ ପୁଅ ମୃତ, ବାପା ଗୁରୁତର ଅବସ୍ଥାରେ ଛତିଶଗଡ ରାୟପୁର ସ୍ଥାନାନ୍ତରିତ । ଘଟଣାସ୍ଥଳରେ ଚାପା ଉତ୍ତେଜନା ।
ସୂଚନାଯୋଗ୍ୟ ଯେ, ରାସ୍ତା କଡରେ ପୁଅକୁ ପାଣି ପିଆଉଥିବା ବେଳେ ଚଢିଗଲା ଟ୍ରକ । ଫଳରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି । ମୃତକ କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡି ଗାଁର ଗୀତାଞ୍ଜଳି ଦଣ୍ଡସେନା ଓ ୨ବର୍ଷର ପୁଅ ଭିୟୁଷ ଦଣ୍ଡସେନା । ନିକଟରେ ଥିବା ଉଦ୍ୟାନବନ୍ଧ ସ୍ଥିତ ସମ୍ପର୍କିୟଙ୍କ ଘରୁ ନିଜ ଗାଁକୁ ଫେରୁଥିଲେ । ଘଟଣା ସ୍ଥଳରେ ଖଡିଆଳ ଥାନା ପୋଲିସ ପହଞ୍ଚ ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରୁଛି ।
Related Posts
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021