ଝାଡ଼ଖଣ୍ଡରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା : ଲୁହାରଡ଼ ନେଇ ଯାଉଥିବା ଟ୍ରଲରକୁ ପଛପଟୁ ଧକ୍କା ଦେଲା ବସ୍ ,୧୧ମୃତ

Published By : Prameya-News7 Bureau | June 10, 2019 IST

ହଜାରିବାଗ ୧୦/୬: ଚୈାପାରଣ ଥାନା ଅଞ୍ଚଳର ଦନୁଆ ଘାଟିରେ ସୋମବାର ଏକ ବସ୍ ଅନିୟନ୍ତ୍ରିତ ହୋଇ ପଛରୁ ଟ୍ରଲରକୁ ଧକ୍କା ଦେଇଥିଲା। ଦୁର୍ଘଟଣା​‌ରେ ୧୧ଜଣ ବସ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ୨୧ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ଟ୍ରଲରରେ ଲଦା ହୋଇଥିବା ଲୁହାଛଡ଼ ଅଧିକାଂଶ ଭାଗ ବସର ବାମ ପାର୍ଶ୍ବରେ ପଶି ଯାଇଛି। ଏଥିପାଇଁ ବାମ ପଟେ ବସିଥିବା ଯାତ୍ରୀମାନେ ଆହତ ହୋଇଛନ୍ତି।

{"id":121645,"width":596,"height":494}

ଘଟଣାର ସୂଚନା ମିଳିବା ପରେ ପୋଲିସ୍ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୋଲିସଙ୍କ କହିବାନୁସାରେ ମହାରାଣୀ ନାମକ ବସ୍ ରାତିରେ ରାଞ୍ଚିରୁ ବିହାର ପାଇଁ ବାହାରିଥିଲା। ଯେଉଁଠାରେ ଦୁର୍ଘଟଣା ହୋଇଛି, ସେଠାରେ ଗଡ଼ାଣି ଅଧିକ ଥିଲା। ଏହା ଯୋଗୁଁ ବସର ବେଗ ଅଧିକ ଥିଲା। ଚୈାପାରଣ ଥାନା ଅଞ୍ଚଳର ଦନୁଆ ଘାଟିରେ ଲୁହାରଡ଼ ଲଦା ହୋଇଥିବା ଟ୍ରଲର ମନ୍ଥର ଗତିରେ ଯାଉଥିଲା। ଅଧିକ ବେଗରେ ଯାଉଥିବା ଯୋଗୁଁ ଡ୍ରାଇଭର ଭାରସାମ୍ୟୃ ହରାଇଥିଲା ଏବଂ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିଲା।

{"id":121646,"width":598,"height":496}

ଦୁର୍ଘଟଣାରେ ୭ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆହତ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଆଉ ଗୁରୁତର ଆହତ ଥିବା ଯାତ୍ରୀଙ୍କୁ ହଜାରିବାଗ ସଦର ହସ୍ପିଟାଲକୁ ନିଆଯାଇଥିଲା। ରାସ୍ତାରେ ୩ଜଣ ମୃତ୍ୟୁବରଣ କରିଥିଲେ।

{"id":121647,"width":595,"height":493}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.