ପାତ୍ରପଡାରେ ସଡ଼କ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | July 19, 2020 IST

ଭୁବନେଶ୍ୱର ୧୯।୦୭: ରାଜ୍ୟର ଚାଲି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ୧୪ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି । ଏହି ଲକ୍‌ଡାଉନ୍‌ ସମୟରେ ଗମନାଗମନ ଉପରେ ସାମାନ୍ୟ କଟକଣା ଲଗାଯାଇଛି । ଆବଶ୍ୟକ ଥିଲେ ଘରୁ ବାହାରକୁ ବାହାରନ୍ତୁ ବୋଲି ସରକାର ଅପିଲ କରିଛନ୍ତି । କିନ୍ତୁ ଆଜି ରାଜଧାନୀ ଉପକଣ୍ଠ ପାତ୍ରପଡା ନିକଟରେ ସଡକ ଦୁର୍ଘଟଣା ଘଟିଛି । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଯାଇଛି ।

{"id":302486,"sizeSlug":"large"}

ତେବେ ଦୁର୍ଘଟଣାରେ  ସ୍କୁଟି ପଛରେ ବସିଥିବା ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଛି । ମୃତାହତମାନେ ଖଣ୍ଡଗିରି ଭରତପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଦୁର୍ଘଟଣା ଘଟିଥିବା ଗାଡି ଦୁଇଟିକୁ ଜବତ କରି ଖୋଲତାଡ ଆରମ୍ଭ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.