ବାଙ୍ଗିରିପୋଷୀ ଘାଟିରୁ ଖସିଲା ଟ୍ରକ, ଦୁଇ ମୃତ

Published By : Prameya-News7 Bureau | November 18, 2019 IST

ବାରିପଦା ୧୮।୧୧: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ ଘାଟି ତଳକୁ ଖସିପଡିଲା ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି  ।

{"id":185936,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଙ୍ଗିରିପୋଷୀ ଘାଟିରେ ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳ ସମୟରେ ଏକ  ଲୁହା ବୋଝେଇ ଟ୍ରକଟି କଲିକତା ଯାଉଥିବା ସମୟରେ ପ୍ରାୟ ୬୦ଫୁଟ ତଳ ଘାଇକୁ ଖସିପଡିଥିଲା।  ଘଟଣାସ୍ଥଳରେ ସ୍ଥାନୀୟଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ , କିନ୍ତୁ ଉଦ୍ଧାର ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲେ, ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.