Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ମଧ୍ୟପ୍ରଦେଶ ଶିବପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ, ଅନେକ ଆହତ

13/11/2020 at 10:07 PM

ଭୋପାଲ ୧୩।୧୧: ମଧ୍ୟପ୍ରଦେଶ ଶିବପୁରରେ ଘଟିଛି ଭୀଷଣ ସଡ଼କ ଦୁର୍ଘଟଣା। ଏକ ପିକ-ଅପ୍‌ ଭ୍ୟାନ ଓଲଟି ପଡିବାରୁ ଏଥିରେ ଯାତ୍ରା କରୁଥିବା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଭ୍ୟାନରେ କେତେ ଲୋକ ଥିଲେ ଜଣାପଡି ନାହିଁ। ଏଣୁ ଆହତଙ୍କ  ନିର୍ଦ୍ଧିଷ୍ଟ ସଂଖ୍ୟା ଜଣାପଡୁ ନାହିଁ।

ସୂଚନା ଅନୁସାରେ ପିକଅପ ଭ୍ୟାନ ଦ୍ରୁତବେଗରେ ଯାଉଥିବା ବେଳେ ସନ୍ତୁଳନ ହରାଇ ରାସ୍ତାମଝିରେ ଓଲଟି ପଡିଥିଲା। ଦେଖୁ ଦେଖୁ ସମଗ୍ର ଅଞ୍ଚଳ ଲୋକଙ୍କ ଚିତ୍କାରରେ ପୁରିଯାଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ଦୁର୍ଘଟଣା ସ୍ଥଳରୁ ମୃତାହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।

   Related Posts