ସଡକ ଦୁର୍ଘଟଣା: ସ୍କୁଟି ଉପରେ ଚଢିଗଲା ବସ - ୩ ମୃତ

Published By : Prameya-News7 Bureau | November 24, 2019 IST

ସୁନ୍ଦରଗଡ ୨୪।୧୧ - କୁତ୍ରା ଥାନା ଅନ୍ତର୍ଗତ ଲଷ୍ମୀପୋଷ ଠାରେ ଏକ ସ୍କୁଟି ଉପରେ ବସ ଚଢିଯାଇଛି । ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।


ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ କୁ ରାଜଗାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବସ ଟି ଦଲକି ରୁ କୁତ୍ରା ଆସୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ମୃତକମାନେ ହେଲେ ହେମନ୍ତ ବାଡା, ସନ୍ଦୀପ ପ୍ରଧାନ, କ୍ରିଷ୍ଣା ପ୍ରଧାନ । ଗୁରୁତର ଜଣକ ହେଲେ ଦେବେନ୍ଦ୍ର ରାଉତ ।

ହକି ଖେଳ ସାରି ଦୁଡୁକାବାହାଲ ରୁ ଦଲକି ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ୪ ଜଣ ଦଲକି ଗ୍ରାମର ବାସିନ୍ଦା । ଦୁର୍ଘଟଣାପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.