ଭିଜିଲାନ୍ସ ଜାଲରେ ଆରଏମସି ଆକାଉଣ୍ଟାଣ୍ଟ, ମୃତ କର୍ମଚାରୀଙ୍କ ବିଧବା ପତ୍ନୀଙ୍କଠାରୁ ନେଉଥିଲେ ଲାଞ୍ଚ

Published By : Prameya-News7 Bureau | April 03, 2019 IST

ବଡବିଲ ୩|୪ : ଭିଜିଲାନ୍ସ ଜାଲରେ ଚମ୍ପୁଆ ଆରଏମସି ଆକାଉଣ୍ଟାଣ୍ଟ  ଜନାର୍ଦ୍ଦନ ପୃଷ୍ଟି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କେନ୍ଦୁଝର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି ।  ଆରଏମସିର ଜଣେ ମୃତ କର୍ମଚାରୀଙ୍କ ବିଧବା ପତ୍ନୀଙ୍କଠାରୁ ବକେୟା ଦରମା କରାଇଦେବା ପାଇଁ ଲାଂଚ ନେଉଥିଲେ ଜନାର୍ଦ୍ଦନ  ।

{"id":99566}

ସୂଚନାଯୋଗ୍ୟ ଯେ, ଝୁମ୍ପୁରାରେ ନିୟୋଜିତ ଥିବା ଆରଏମସି ମାର୍କେଟ୍ ଗାର୍ଡ ହରେକୃଷ୍ଣ ମହାନ୍ତିଙ୍କର ଗତ ୨୦୧୪ରେ ମୃତ୍ୟୁ ହୋଇଯାଇଥିଲା । ହରେକୃଷ୍ଣଙ୍କ  ଚାକିରୀ ସମୟର ବକେୟା ଛୁଟି ଦରମା ଟଙ୍କା ସବୁ ପାସ୍ କରାଇଦେବା ପାଇଁ ତାଙ୍କ ବିଧବା ପତ୍ନୀ ବାରମ୍ବାର ଆରଏମସି ଆକାଉଣ୍ଟାଣ୍ଟଙ୍କ ନିକଟକୁ ଧାଇଁଥିଲେ । ତବେ ବକେୟା ଟଙ୍କା ପାସ୍ କରିବା ପାଇଁ ଆକାଉଣ୍ଟାଣ୍ଟ ଜନାର୍ଦ୍ଦନ ପୃଷ୍ଟି ୫ ହଜାର ଟଙ୍କା ଲାଂଚ ମାଗିଥିଲେ । ଫଳରେ ବନୀତା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଭଜିଲାନ୍ସ ଆକାଉଣ୍ଟାଣ୍ଟ ଜନାର୍ଦ୍ଦନ ପୃଷ୍ଟିଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.