ଚାଷୀ ଆନ୍ଦୋଳନକୁ ନେଇ ବଢିଲା ମୋଦିଙ୍କ ସଂକଟ, ରାଜସ୍ଥାନରେ NDA ଛଡିବ କହିଲା RLP

Published By : Prameya-News7 Bureau | November 30, 2020 IST

ଜୟପୁର ୩୦।୧୧: ସଂଶୋଧିତ କୃଷି ଆଇନ-୨୦୨୦କୁ ନେଇ ଜାତୀୟ ରାଜଧାନୀରେ ଚାଷୀ ଆନ୍ଦୋଳନ ସୋମବାର ୫ମ ଦିନରେ ପହଞ୍ଚିଛି। ଯାହାର ପ୍ରଭାବ ଏବେ ଶାସନ ଓ ସରକାରଙ୍କ ଉପରେ ପଡିବାରେ ବି ଲାଗିଲାଣି। ଏବେ କେନ୍ଦ୍ରରେ ବିଜେପିର ସହଯୋଗୀ ନୂଆ କୃଷି ବିଲକୁ ନେଇ ମୁହଁ ଖୋଲିଲେଣି। ଏହି କ୍ରମରେ ଏନଡିଏ ସରକାରରେ ସହଯୋଗୀ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲପି) କୃଷି ଆଇନକୁ ନେଇ ଏନଡିଏ ଛାଡିବେ ବୋଲି ଚେତାଇ ଦେଇଛନ୍ତି।

ଆରଏଲପି ଅଧ୍ୟକ୍ଷ ତଥା ସାଂସଦ ହନୁମାନ ବେନିୱାଲ ସୋମବାର ଏହି ମର୍ମରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି। ଯେଉଁଥିରେ କେନ୍ଦ୍ର ସରକାର ଯଦି ୩ଟି ଜାକ କୃଷି ବିଧେୟକ ପ୍ରତ୍ୟାହାର ନ କରନ୍ତି ତେବେ ତାଙ୍କ ପାର୍ଟି ଏନଡିଏକୁ ସମର୍ଥନ ପ୍ରସଙ୍ଗରେ ଦ୍ୱିତୀୟବାର ବିଚାର କରିବାକୁ ବାଧ୍ୟ ହେବ। ସେହିପରି ଦିଲ୍ଲୀରେ ଚାଷୀଙ୍କୁ ଆଲୋଚନା ଲାଗି ଉଚିତ ସ୍ଥାନ ଦେବାକୁ ମଧ୍ୟ ବେନିୱାଲ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

wp:html /wp:html

ଏ ନେଇ ବେନିୱାଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସମ୍ବୋଧିତ କରି ଚାଲିଥିବା ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଦେଶର ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। କୃଷି ସମ୍ପର୍କିତ ୩ଟି ଜାକ ଆଇନ ତୁରନ୍ତ ପ୍ରତ୍ୟାହାର କରନ୍ତୁ ଓ ସ୍ୱାମୀନାଥନ କମିଟିଙ୍କ ସମ୍ପୂର୍ଣ୍ଣ ସୁପାରିଶ ଲାଗୁ କରନ୍ତୁ। ସେହିପରି ଦିଲ୍ଲୀରେ ଚାଷୀଙ୍କ ସହ ତୁରନ୍ତ ଆଲୋଚନା ଲାଗି ସେମାନଙ୍କ ମନ ଅନୁରୂପ ଉଚିତ ସ୍ଥାନ ଦେବାକୁ ବ୍ୟବସ୍ଥା କରନ୍ତୁ।

ସୂଚନା ଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଚାଷୀ ଦିଲ୍ଲୀ ଚଲୋ ଅଭିଯାନରେ ଗତ ୫ ଦିନ ହେଲା ଜାତୀୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନଭେମ୍ବର ୨୬ ତାରିଖ ଦିନ ଦିଲ୍ଲୀ ସୀମାରେ ଠୁଳ ହୋଇଥିବା ଚାଷୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.