ଅଶୋକ ଗେହଲଟ ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ ! ରାଜସ୍ଥାନ ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା

Published By : Prameya-News7 Bureau | July 16, 2020 IST

ଜୟପୁର ୧୬।୭: ରାଜସ୍ଥାନ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ସଚ୍ଚିନଙ୍କ ମରୁଝଡରୁ ରାଜ୍ୟରେ ଅଶୋକ ଗେହଲୋଟ ସରକାର ନିଜକୁ ସୁରକ୍ଷିତ ରଖିବାକୁ ପୁରା ଜୋର ଉଦ୍ୟମ ଜାରି ରଖିଛନ୍ତି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଗେହଲୋଟ୍‌ଙ୍କ ସରକାରକୁ ବଞ୍ଚାଇବା ଲାଗି ପୂର୍ଣ୍ଣ ସହଯୋଗ କରୁଥିବା ରାଜ୍ୟରେ ବିଜେପିର ମେଣ୍ଟ ସହଯୋଗୀ ରାଷ୍ଟ୍ରୀୟ ଜନତାନ୍ତ୍ରିକ ପାର୍ଟି (ଆରଏଲପି) ଗୁରୁତର ଅଭିଯୋଗ ଆଣିଛି। 

wp:html /wp:html

ଆରଏଲପି ଅଧ୍ୟକ୍ଷ ତଥା ସାଂସଦ ହନୁମାନ ବେନିୱାଲ ଗୁରୁବାର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏ ନେଇ ଏକ ପୋଷ୍ଟ ଅପଲୋଡ କରିଛନ୍ତି। ଯେଉଁଥିରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା ଗେହଲୋଟ୍‌ଙ୍କ ସରକାରକୁ ବଞ୍ଚାଇବା ଲାଗି ବସୁନ୍ଧରା ଅଣ୍ଟା ଭିଡିଥିବାର ସେ ଉଲ୍ଲେଖ କରିଛନ୍ତି।  ବସୁନ୍ଧରା କଂଗ୍ରେସ ବିଧାୟକମାନଙ୍କ ସହ ଏ ନେଇ ଟେଲିଫୋନରେ  କଥା ହେଉଥିବାର ହୁନମାନ ଅଭିଯୋଗ କରିଥିବା ବେଳେ ସେ ଏହାର ବଳିଷ୍ଠ ପ୍ରମାଣ ଦେବାକୁ ବି ପ୍ରସ୍ତୁତ ଥିବା ଉଲ୍ଲେଖ କରିବା ରାଜ୍ୟ ରାଜନୀତିରେ ଆଉ ଏକ ଝଡ ସୃଷ୍ଟି କରିଛି।

wp:html /wp:html

ନାଗୌର ସାଂସଦ ହନୁମାନ ପ୍ରସଙ୍ଗରେ ଗୋଟିଏ ନୁହେଁ ଦୁଇଟି ପୋଷ୍ଟ କରିଛନ୍ତି। ଯେଉଁଥିରେ ବସୁନ୍ଧରା ରାଜେ କଂଗ୍ରେସରେ ତାଙ୍କର ନିକଟତମ ବିଧାୟକଙ୍କ ସହ ଲଗାତାର ଟେଲିଫୋନ ଯୋଗାଯୋଗରେ ଥିବା ଓ ସଚ୍ଚିନଙ୍କଠୁ ଦୂରେଇବାକୁ ବାରମ୍ବାର ପରାମର୍ଶ ଦେଉଥିବାର ଅଭିଯୋଗ କରିଛନ୍ତି। ଏଥିରେ ବସୁନ୍ଧରା ସିକର ଓ ନାଗୌର ଜଣେ ଜଣେ ଜାଟ୍‌ ବିଧାୟକଙ୍କ ସହ ଟେଲିଫୋନରେ କଥା ହୋଇଥିବାର ତାଙ୍କ ପାଖରେ ପ୍ରମାଣ ଥିବା ମଧ୍ୟ ଦାବି କରିଛନ୍ତି।

{"id":301432,"sizeSlug":"large"}

ସେପଟେ ରାଜ୍ୟରେ ରାଜନୈତିକ ଉଠାପକା ଜାରି ଥିବା ବେଳେ  ରାଜ୍ୟ ବିଧାନସଭା ସଚ୍ଚିନ ପାଇଲଟ ଓ ତାଙ୍କ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହା ବିରୋଧରେ ପାଇଲଟ ଓ ତାଙ୍କ ଗୋଷ୍ଠୀର ବିଧାୟକ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଗୁରୁବାର ଶୁଣାଣି ଟଳିଯାଇଛି। ପାଇଲଟଙ୍କ ଗୋଷ୍ଠୀ ରାଜସ୍ଥାନ ବିଧାସଭାର ଅସନ୍ତୁଷ୍ଟ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ବିରୋଧରେ କରିଥିବା ପିଟିସନରେ ସଂଶୋଧନ ଲାଗି ସମୟ ମାଗିଛନ୍ତି। ଏଣୁ କୋର୍ଟ ଗୁରୁବାର ଶୁଣାଣି ଟାଳି ଦେଇଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.