ନୂଆଦିଲ୍ଲୀ – ବାୟୁ ସେନା ମୁଖ୍ୟ ଭାବେ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୌରିଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭଦୌରିଆ ପିଭିଏସଏମ, ଏଭିଏସଏମ, ଭିଏମ, ଏଡିସି ସମ୍ମାନ ପାଇଛନ୍ତି । ବାୟୁ ସେନା ଏୟାର ଚିଫ ମାର୍ଶାଲ ବିଏସ ଧନୋଆ ପିଭିଏସଏମ, ଏଭିଏସଏମ, ୱାଇଏସଏମ, ଭିଏମଙ୍କ ଅବସର ଗ୍ରହଣ କରିବା ପରେ ପରବର୍ତୀ ବାୟୁ ସେନା ମୁଖ୍ୟ ଭାବେ ଆରକେଏସ ଭଦୌରିଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏୟାର ଚିଫ ମାର୍ଶାଲ ବିଏସ ଧନୋଆ ସେପ୍ଟେମ୍ବର ୩୦, ୨୦୧୯ରେ ଅବସର ଗ୍ରହଣ କରିଛନ୍ତି ।
ଏୟାର ଚିଫ ମାର୍ଶାଲ ଆରକେଏସ ଭଦୌରିଆ ଜୁନ ୧୯୮୦ରେ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମରେ କମିଶନ ହାସଲ କରିଥିଲେ। ସେ ବିଭିନ୍ନ କମାଣ୍ଡ, ଷ୍ଟାଫ ଏବଂ ଇନଷ୍ଟ୍ରକ୍ସସନାଲ ପଦପଦବୀରେ କାର୍ଯ୍ୟ କରିଛନ୍ତି। ଏୟାର ଚିଫ ମାର୍ଶାଲ ଭଦୌରିଆ ପିଭିଏସଏମ, ଏଭିଏସଏମ, ଭିଏମ ଅଟନ୍ତି ଏବଂ ସେ ସର୍ବୋଚ୍ଚ କମାଣ୍ଡ ର ଏଡିସି ମାନଙ୍କ ମଧ୍ୟରୁ ଜଣେ।
ଆରକେଏସ ଭଦୌରିଆ ୨୬ ପ୍ରକାର ଯୁଦ୍ଧ ବିମାନ ଉଡାଣ କରିବା ସହ ରାଫେଲ୍ ବି ଚଳାଇଛନ୍ତି । ତାଙ୍କର ୪,୨୫୦ ଘଣ୍ଟାର ବିମାନ ଉଡାଣର ଅଭିଜ୍ଞତା ରହିଛି ।