ଷ୍ଟିଲସିଟିରେ ଲଜ୍ଜା: ନାବାଳିକାକୁ ଡାକିନେଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | April 14, 2021 IST

ରାଉରକେଲା ୧୪/୦୪: ଷ୍ଟିଲସିଟିରେ ରାଉରକେଲାରେ ପୁଣି ଲଜ୍ଜା । ଜଣେ ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ସୂଚନାଥାଉକି, ରାଉରକେଲା ବନ୍ଧମୁଣ୍ଡା ଥାନା ଅଧୀନ ବସ୍ତି ଅଞ୍ଚଳରେ ଜଣେ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି ।

ନାବାଳିକାଟି ଦୋକାନକୁ ବିସ୍କୁଟ ଆଣିବା ଯାଇଥିବାବେଳେ ଏଭଳି ଘଟଣା ଘଟିଛି । ଅଭିଯୁକ୍ତ ଜଣଙ୍କ ଝିଅଟିକୁ ଡାକି ନେଇ ଦୁଷ୍କର୍ମ କରିଛି । ପରେ ଝିଅଟି ଘରେ ଆସି ଏ ବିଷୟରେ ପରିବାର ଲୋକଙ୍କୁ ଏ ସଂପର୍କରେ ଜଣାଇଥିଲା । ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଯୁବକ କରୋନ ଲାକ୍ରାକୁ ଗିରଫ କରିଛି । ଘଟଣାରେ କେତେ ସତ୍ୟାସତ୍ୟ ଅଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.