ଅଗ୍ରଣୀ ନିର୍ମାଣକାରୀ ସଂସ୍ଥା ଆରକେଡିର ସଂସ୍ଥାପକ ଓଡିଶା ଉଦ୍ୟୋଗୀ ରୋହିତ କୁମାର ଦାସଙ୍କ ପରଲୋକ

Published By : Prameya-News7 Bureau | October 18, 2020 IST

ଭୁବନେଶ୍ଵର ୧୮।୧୦:  ନିର୍ମାଣ କାର୍ଯ୍ୟରେ ରାଜ୍ୟ ସହିତ ଦେଶରେ ପ୍ରସିଦ୍ଧି ଲାଭ କରିଥିବା RKDର ସଂସ୍ଥାପକ ରୋହିତ କୁମାର ଦାସଙ୍କ ଶନିବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ  ହୋଇଥିଲା। ତାଙ୍କର ପତ୍ନୀ ସହିତ ପୁଅ ଏବଂ ଦୁଇ ଝିଅ ଅଛନ୍ତି। ସେ ନିକଟରେ କୋଭିଡ୍-୧୯ ସଂକ୍ରମିତ ହୋଇଥିଲେ। ପରେ ସେ କରୋନାରୁ ସୁସ୍ଥ ହୋଇଥିଲେ ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା।

ରୋହିତ କୁମାର ଦାସ ଆରମ୍ଭରୁ ଆରକେଡି କନଷ୍ଟ୍ରକ୍ସନ ପ୍ରତିଷ୍ଠା କରିଥିଲେ ଏବଂ ଫାର୍ମର ନିର୍ଦ୍ଦେଶକ ବି ଥିଲେ। ତାଙ୍କ ଦୃଷ୍ଟିକୋଣ ଏବଂ ରଣନୀତିକ ଯୋଜନାକୁ ପାଥେୟ କରି ଆରକେଡି ନିର୍ମାଣ ଏକ ସ୍ୱଳ୍ପ ସମୟ ମଧ୍ୟରେ ଏକ ମଲ୍ଟିମିଲିୟନ କମ୍ପାନୀରେ ପରିଣତ ହୋଇଥିଲା। ୪ ଦଶନ୍ଧି ଧରି ଦାସ କମ୍ପାନୀକୁ ରାଜ୍ୟର ବୃହତ୍ତମ ଭିତ୍ତିଭୂମି କମ୍ପାନୀରେ ପରିଣତ କରିଥିଲେ। ପରେ ଛତିଶଗଡ, ଝାରଡଖଣ୍ଡ, ଉତ୍ତରପ୍ରଦେଶ ଏବଂ ଆସାମ ରାଜ୍ୟରେ କମ୍ପାନୀର ବିସ୍ତାର ହୋଇଥିଲା।  ଦାସ ଓଡିଶାରେ ନିର୍ମାଣ ଶିଳ୍ପରେ ବିପୁଳ ଅଭିବୃଦ୍ଧିର ସମ୍ଭାବନା ଚିହ୍ନଟ କରିଥିଲେ। ନିଜର ଅର୍ଥ, ପ୍ରୟାସ ଓ ଶକ୍ତି ବଳରେ ସେ ଆରକେଡିକୁ ଓଡିଶାରେ ଏକ ଅଗ୍ରଣୀ ନିର୍ମାଣକାରୀ ସଂସ୍ଥାରେ ପରିଣତ କରିପାରିଥିଲେ।

ନିଜର ପ୍ରଚେଷ୍ଟା ମାଧ୍ୟମରେ ଆରକେଡି କନଷ୍ଟ୍ରକ୍ସନ ଏନଏଚଆଇ, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରର ସଂଗଠନ ଜିନ୍ଦଲ, ନାଲକୋ, ଆଇଓସିଏଲ, ସେଲ, ଏନଟିପିସିର ଅନେକ ବଡ ବଡ ପ୍ରୋଜେକ୍ଟ କରିଛି। ରାଜ୍ୟରେ ସର୍ବୋଚ୍ଚ ଗୁଣବତ୍ତାର ନିର୍ମାଣ ମାଧ୍ୟମରେ ଓଡିଶାର ଅଭିବୃଦ୍ଧିରେ ତାଙ୍କର ଦୂରଦୃଷ୍ଟି ଏବଂ ଜ୍ଞାନ ତାଙ୍କର ପ୍ରତିବଦ୍ଧତାକୁ ୪ ଦଶନ୍ଧି ପରେ କାଏମ ରଖି ପାରିଛି।

ଜଣେ ବିଶିଷ୍ଟ ନିର୍ମାଣକାରୀ ଭାବେ ଦାସ୍ ନିର୍ମାଣ କ୍ଷେତ୍ରର ଆବଶ୍ୟକତା ବେଶ୍ ଭଲ ଭାବେ ବୁଝିଥିଲେ। ସେ ସୁନିଶ୍ଚିତ କରିଥଲେ ଯେ, ଆରକେରଡି କନଷ୍ଟ୍ରକ୍ସନ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ପ୍ରଦାନ କରିବ ଏବଂ ସର୍ବଦା ପ୍ରତିଭାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବ।

ସେ ହୋଟେଲ ସୁଖମାୟା ପ୍ରାଇଭେଟ୍ ଲିମିଟେଡ୍‌ର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ମଧ୍ୟ ଥିଲେ। ଏହା ସଂପୂର୍ଣ୍ଣ ଭାବେ ତାରକା ହୋଟେଲ୍‌  ଦ କ୍ରାଉନ୍ ଦ୍ଵାରା ପରିଚାଳିତ ଯାହା ଓଡିଶାର ଭୁବନେଶ୍ଵର ଓ ଝାରସୁଗୁଡାରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.