Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଷ୍ଟେଥୋ ଓ ବିପି ମେସିନ ସହ ବିଧାନସଭାରେ ପହଞ୍ଚିଲେ ଆରଜେଡି ବିଧାୟକ, କହିଲେ ଆଜିକାଲି ଚିଡଚିଡ ହେଉଛନ୍ତି ‘ତାଉ’

10/03/2021 at 8:10 PM

ପାଟନା ୧୦।୩: ବିହାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବିଧାୟକ ଡା.ମୁକେଶ ରୋସନ ଏବେ ଚର୍ଚ୍ଚାରେ। ଷ୍ଟେଥୋ ଓ ରକ୍ତଚାପ ମାପିବା ଲାଗି ମେଶିନ ସହ ଡା. ରୋସନ ବିଧାନସଭାକୁ ଯାଇଥିଲେ। ଏ ନେଇ କେହି ତାଙ୍କୁ ପଚାରିବାରୁ ‘ତାଉ’ (ନୀତିଶ କୁମାର) ବାରମ୍ବାର ରାଗୁଛନ୍ତି। ଏଣୁ ତାଙ୍କ ରକ୍ତାଚାପ ମାପିବା ଲାଗି ସେ ଗୃହକୁ  ମେସିନ ଓ  ଷ୍ଟେଥୋ ନେଇ ଯାଉଥିବା କହିଥିଲେ।

ପାଟନା ବିଧାନସଭାର ବଜେଟ୍ ଅଧିବେଶନ ଚାଲିଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବାରମ୍ବାର ରାଗୁଛନ୍ତି। ଏହିକ୍ରମରେ ସୋମବାର ବିଧାନପରିଷଦ ବୈଠକରେ ନୀତିଶ ଆରଜେଡି ବିଧାୟକ ସୁବୋଧ କୁମାରଙ୍କ ଉପରେ ଅଚାନକ ଚିହିକି ଉଠିଥିଲେ। କୌଣସି କାରଣ ନଥାଇ ନୀତିଶ ସୁବୋଧଙ୍କ ଉପରେ ବିଗିଡିବାରୁ ଆରଜେଡି ବିଧାୟକମାନେ ମଧ୍ୟ ଅସନ୍ତୁଷ୍ଟ ହୋଇଥିଲେ।

ସଦନରେ ମୁଖ୍ୟମନ୍ତ୍ରୀ ଆଜିକାଲି ବାରମ୍ବାର ଉତ୍ତେଜିତ ହେଉଛନ୍ତି। ଏଣୁ ତାଙ୍କ ରକ୍ତଚାପ ମାପାଯିବା ଜରୁରି ହୋଇପଡିଥିବା ପେଷାରେ ଡାକ୍ତର ବିଧାୟକ ମୁକେଶ ରୋଶନ କହିଥିଲେ।  ଡା ମୁକେଶ ବିଧାନସଭାକୁ ମଙ୍ଗଳବାର ବିପି ମେଶିନ ସହ ଆସିଥିଲେ। କାରଣ ହୁଏତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପୁଣି ଆଉ କାହାକୁ ଗାଳିମନ୍ଦ କରିପାରନ୍ତି ତେବେ ଏହା କାମରେ ଆସିବ। ତେବେ ଆଜିକାଲି ତାଉଙ୍କ ମିଜାଜ ବାସ୍ତବରେ ଭଲ ରହୁନି। ଖାଲି ଚିଡଚିଡ ହେଉଛନ୍ତି। ବିରୋଧୀଙ୍କ କାମ ସରକାରଙ୍କୁ ବିରୋଧ କରିବେ। ଏଥିରେ ନୂଆ କଥା କଣ ? ହେଲେ ତାଉଙ୍କର ବିରକ୍ତ ହେବାର କାରଣ କଣ ତାହା ଏବେ ଆରଜେଡି ବିଧାୟକଙ୍କୁ ଚିନ୍ତାରେ ପକାଇଛି।

   Related Posts