ପଶ୍ଚିମବଙ୍ଗ ନିର୍ବାଚନ ମଇଦାନରେ ମମତାଙ୍କ ସହ ଓହ୍ଲାଇପାରେ ଲାଲୁ ଯାଦବଙ୍କ ଦଳ, ଆଲୋଚନା କରୁଛନ୍ତି RJD ନେତା

Published By : Prameya-News7 Bureau | January 31, 2021 IST

ପାଟନା ୩୧।୧: ତୃଣମୂଳ କଂଗ୍ରେସ  ଅଧ୍ୟକ୍ଷା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ମେଣ୍ଟ ପରିସର ବଢାଇବାକୁ ଉଦ୍ୟମ କରୁଛନ୍ତି। ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହ ପ୍ରଥମରୁ ମମତାଙ୍କ ସମ୍ପର୍କ ଭଲ ଥିବା ବେଳେ ଏବେ ନିର୍ବାଚନରେ ମେଣ୍ଟ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ବିଜେପି ରାଜନୈତିକ ଚାଲ ଚଲାଇଛି।  ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଣନୀତି ଦାୟିତ୍ୱ ସମ୍ଭାଳିଥିବା ପ୍ରଶାନ୍ତ କିଶୋର ବିଜେପିକୁ ବେଙ୍ଗଲ ନିର୍ବାଚନରେ ମାତ ଦେବାକୁ ଯୁଟିଯାଇଛନ୍ତି। ଏହି କ୍ରମରେ ପ୍ରଶାନ୍ତ କିଶୋର ରବିବାର କୋଲକାତାରେ ଆରଜେଡିର ୨ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛନ୍ତି।

ଆରେଜଡି ବରିଷ୍ଠ ନେତା ଅବଦୁଲ ବାରି ସିଦ୍ଦିକ ଓ ଶ୍ୟାମ ରଜକ ରବିବାର ସନ୍ଧ୍ୟାରେ ପ୍ରଶାନ୍ତ କିଶୋରଙ୍କୁ ଭେଟି ଦୀର୍ଘ ଆଲୋଚନା କରିଛନ୍ତି। ଏଥିରୁ ରାଜ୍ୟରେ ଟିଏମସି ସହ ଆରଜେଡି ମେଣ୍ଟ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେହିପରି ବେଙ୍ଗଲରେ ଆରଜେଡିର ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀତା ନେଇ ଶ୍ୟାମ ରଜାକ ଗଣମାଧ୍ୟମକୁ ଦେଇଥିବା ବୟାନ ଏବେ ଆଲୋଚନାର ବିଷୟ ପାଲଟିଛି।

ବେଙ୍ଗଲରେ ବିଜେପିର ଚିହ୍ନବର୍ଣ୍ଣ ହଟେଇବାକୁ ଯାହାବି ଦରକାର କରିବା ଲାଗି ଆରଜେଡି ପ୍ରସ୍ତୁତ ବୋଲି ରଜାକ କହିଛନ୍ତି। ତେବେ ବେଙ୍ଗଲରେ ଆରଜେଡିର ନିର୍ବାଚନ ରଣନୀତି କିପରି ରହିବ ତାହା ଆଗାମୀ ଦିନରେ ଜଣାପଡିଯିବ ବୋଲି ସିଦ୍ଦିକ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.