ବିହାର ବିଧାନସଭା ନିର୍ବାଚନ: ମୁଖ୍ୟମନ୍ତ୍ରୀ ହେବା ଲାଗି ଆଶ୍ୱସ୍ତ ତେଜସ୍ୱୀ କାର୍ଯ୍ୟକର୍ତ୍ତାଙ୍କୁ ଦେଲେ କାଉଣ୍ଟିଂ ଡେ' କୋଚିଂ

Published By : Prameya-News7 Bureau | November 08, 2020 IST

ପାଟନା ୮।୧୧: ବିହାର ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ସରିଛି। ଏବେ ୧୦ ନଭେମ୍ବର ଗଣନାକୁ କେବଳ ଅପେକ୍ଷା। ଏଥିରେ ବିଭିନ୍ନ ଏଗଜିଟ୍‌ ପୋଲ  ବିରୋଧୀ ଆରଜେଡି ମହାମେଣ୍ଟର ବିଜୟ ଆକଳନ କରୁଥିବା ବେଳେ ନେତା ତେଜସ୍ୱୀ ଯାଦବ ରବିବାର ଭୋଟ ଗଣନା ଦିନ ଲାଗି ପାର୍ଟି  କାର୍ଯ୍ୟକର୍ତ୍ତାଙ୍କ କ୍ଲାସ ନେଇଛନ୍ତି।  ଭୋଟ ଗଣନାର ଫଳାଫଳକୁ ନେଇ ପ୍ରତିକ୍ରିୟାଶୀଳ ନ ହେବା ଲାଗି କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ସତର୍କ କରାଇଛନ୍ତି ତେଜସ୍ୱୀ।

ପାର୍ଟି ନିର୍ବାଚନର ଫଳାଫଳକୁ ସ଼ଞ୍ଜମ ଓ ଶିଷ୍ଟାଚାରର ସହ ସ୍ୱୀକାର କରିବ |। ଏଣୁ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ କୌଣସି ପ୍ରକାର ଅଶିଷ୍ଟ ବ୍ୟବହାରକୁ ପାର୍ଟି କଦାପି ବରଦାସ୍ତ କରିବ ନାହିଁ ବୋଲି ତେଜସ୍ୱୀ ଚେତାଇ ଦେଇଛନ୍ତି। ବିହାର ବିଧାନସଭାର ୨୪୩ ଆସନ ଲାଗି ଲାଗି ୩ଟି ପର୍ଯ୍ୟାୟରେ ୨୮ ଅକ୍ଟୋବର, ୩ ନଭେମ୍ବର ଓ ୭ ନଭେମ୍ବରରେ ଭୋଟ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟ ମତଦାନ ଶେଷରେ ବିଭିନ୍ନ ଏଗଜିଟ୍ ପୋଲ ଏଜେନ୍ସୀ ଆରଜେଡି ମହାମେଣ୍ଟର ବିଜୟ ଆକଳନ କରୁଛନ୍ତି।  

ତେବେ ଏଥିଲାଗି ତେଜସ୍ୱୀ ଏବେଠୁ ପୁରା ପ୍ରସ୍ତୁତି କରିସାରିଲେଣି। ଏଥିଲାଗି ପାର୍ଟି ଟ୍ୱିଟ୍‌ ହ୍ୟାଣ୍ଡଲରେ ରବିବାର ଏକ ପୋଷ୍ଟ କରାଯାଇଥିବା ବେଳେ ପ୍ରତି କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଭୋଟ ଗଣନା ଦିନ ନିଜନିଜ ଅଞ୍ଚଳରେ ସଜାଗ ରହିବାକୁ କହିଛନ୍ତି। ନିର୍ବାଚନର ଫଳାଫଳ ଯାହାବି ହେଉ ପାର୍ଟି ଏହାକୁ ସମ୍ପୂର୍ଣ୍ଣ ସଂଜମତାର ସହ ଗ୍ରହଣ କରିବ ଓ କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ଯେପରି କୌଣସି ଠାରେ ଦଳୀୟ କର୍ମୀ ଅଥବା କର୍ମକର୍ତ୍ତା ଅଶିଷ୍ଟ ଆଚରଣ ନ କରନ୍ତି ସେଥିଲାଗି ସତର୍କ ରହିବେ ବୋଲି କୁହାଯାଇଛି।

ସେହିପରି ବିଜୟ ଉଲ୍ଲାସରେ ଆତସବାଜୀ, ହର୍ଷ ଫାୟରିଂ ଆଦି ନକରିବାକୁ ମଧ୍ୟ ତେଜସ୍ୱୀ ଆଗୁଆ ସତର୍କ କରାଇଛନ୍ତି। ତେବେ ଏଗଜିଟ୍ ପୋଲ ପୂର୍ବାନୁମାନଠାରୁ ମଧ୍ୟ ମହାମେଣ୍ଟକୁ ଅଧିକ ଆସନ ମିଳିବ ବୋଲି କହିଛନ୍ତି ପାର୍ଟିର ପ୍ରଦେଶ ସଭାପତି ଜଗଦାନନ୍ଦ ସିଂହ। ନିର୍ବାଚନରେ ତେଜସ୍ୱୀଙ୍କ ବୁଦ୍ଧିମତାକୁ ଜଗଦାନନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଲାଲୁ ଆସ୍ଥାର କେନ୍ଦ୍ର ହୋଇଥିବା ବେଳେ ତେଜସ୍ୱୀ ପାର୍ଟିର ବ୍ୟବସ୍ଥା। ତେବେ ୧୦ ନଭେମ୍ବର ନିର୍ବାଚନ ଫଳାଫଳ ଯାହାବି ମିଳୁ ନା କାହିଁକି  ଆପଣଙ୍କ ରାଜନୀତିର ପରିଧି ବା କେନ୍ଦ୍ରରେ, ଲକ୍ଷ ଅଥବ ମାର୍ଗରେ କେବଳ ଜନଜନ ସୁବିଧା ଓ ଜନ ଉତ୍ଥାନ ହିଁ ଆପଣମାନଙ୍କର କାମ୍ୟ ହେଉ ବୋଲି କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଜଗଦାନନ୍ଦ ଆହ୍ୱାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.