Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ, ଗୁରୁବାର ଦିଲ୍ଲୀରେ ନିର୍ବନ୍ଧ

8/12/2021 at 12:09 PM

ପାଟନା ୮।୧୨: ଖୁବ୍ ଶୀଘ୍ର ଯାଦବ ପରିବାରରେ ବାଜିବାକୁ ଯାଉଛି ସାହାନାଇ । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ବୀ ଯାଦବ । ଗୁରୁବାର ଦିନ ଦିଲ୍ଲୀଠାରେ ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କ ନିର୍ବନ୍ଧ ଅନୁଷ୍ଠିତ ହେବାକୁ ଯାଉଛି ।

ଲାଲୁଙ୍କ ପରିବାର ସହ ଜଡିତ ଥିବା ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମର ଆୟୋଜନ ଦିଲ୍ଲୀରେ କରାଯାଉଛି । ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନିର୍ବନ୍ଧକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମିଳିଥିବା ସୂଚନା ଅନୁସାରେ, ତେଜସ୍ବୀଙ୍କ ନିର୍ବନ୍ଧରେ ବାପା ଲାଲୁ ପ୍ରସାଦ ଯାଦବ, ମା’ ରାବ୍ରି ଦେବୀ, ଭଉଣୀ ମିସା ଭାରତୀ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ସାମିଲ ହେବେ ।

ତେଜସ୍ବୀ ଯାଦବଙ୍କ ବିବାହକୁ ନେଇ କିଛି ଦିନ ହେବ ନାନା କଳ୍ପନାଜଳ୍ପନା ଲାଗିରହିଥିଲା । କିନ୍ତୁ ୨୦୨୦ ନିର୍ବାଚନ ଏବଂ ବାପାଙ୍କ ଜାମିନ ପରେ ହିଁ ସେ ତାଙ୍କ ବୈବାହିକ ଜୀବନ ଆରମ୍ଭ କରିବେ ବୋଲି ତେଜସ୍ବୀ ଯାଦବ ସଙ୍କେତ ଦେଇଥିଲେ । ଲାଲୁଙ୍କ ବଡ ପୁଅ ତେଜପ୍ରତାପ ଯାଦବଙ୍କ ବିବାହର ଦୀର୍ଘ ସମୟ ପରେ ଲାଲୁଙ୍କ ପରିବାରରେ ପୁଣି ଥରେ ସାହାନାଇ ବାଜିବାକୁ ଯାଉଛି ।

ତେଜସ୍ବୀଙ୍କ ବିବାହକୁ ନେଇ ଲାଲୁ ଏବଂ ରାବ୍ରି ଦେବୀଙ୍କୁ ଅନେକ ଥର ପ୍ରଶ୍ନ କରାଯାଇଥିଲେ ମଧ୍ୟ ସେମାନେ ଏହାକୁ ଏଡାଇ ଯାଉଥିଲେ । ବିହାର ବିଧାନସଭା ନିର୍ବାଚନରେ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ତ ହୋଇପାରିଲେନି କିନ୍ତୁ ଏବେ ବର ନିଶ୍ଚୟ ହେବେ । ଏ ଖବର ନିଶ୍ଚିତ ଯେ, ତାଙ୍କ ବିବାହ ସ୍ଥିର ହୋଇସାରିଛି ଏବଂ ଦିଲ୍ଲୀରେ ତାଙ୍କ ନିର୍ବନ୍ଧ ହେବାକୁ ଯାଉଛି । କିନ୍ତୁ ତେଜସ୍ବୀଙ୍କ ନିର୍ବନ୍ଧ କାହା ସହ ହେବାକୁ ଯାଉଛି ଏବଂ କାହା ସହ ତାଙ୍କ ହାତଗଣ୍ଠି ପଡିବାକୁ ଯାଉଛି ତାହା ଏବେ ସସପେନ୍ସ ରଖାଯାଇଛି ।

   Related Posts