କିଏ ନେଇଗଲା ଲାଲୁଙ୍କ ରେଜେଇ-ତକିଆ ? ଚାଲିଛି ତନାଘନା

Published By : Prameya-News7 Bureau | March 10, 2021 IST

ରାଞ୍ଚି ୧୦।୩: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ପ୍ରମୁଖ ଲାଲୁ ଯାଦବଙ୍କ ରେଜେଇ, ଗଦି ଏବଂ ତକିଆ ଗାୟବ ହୋଇଯାଇଛି । ଲାଲୁଙ୍କ ସହ ତାଙ୍କ ସୁରକ୍ଷାରେ ଥିବା ପୋଲିସ କର୍ମଚାରୀଙ୍କୁ ଝାଡଖଣ୍ଡ ରାଜଧାନୀ ରାଞ୍ଚି ସ୍ଥିତ ରିମ୍ସ ପକ୍ଷରୁ ଦିଆଯାଇଥିଲା ରେଜେଇ, ଗଦି ଏବଂ ତକିଆ କେହି ନେଇଯାଇଥିବା ଜଣାପଡିଛି । ଘଟଣା ଜଣାପଡିବା ପରେ ବରିଷ୍ଠ ପୋଲିସ ଅଧୀକ୍ଷକ ଲାଲୁଙ୍କ ସୁରକ୍ଷାରେ ନିୟୋଜିତ ଥିବା ୧୦ ଜଣ ପୋଲିସ କର୍ମଚାରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ।

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଲାଲୁ ଯାଦବ ରିମ୍ସର କେଲି ବଙ୍ଗଳାରେ ରହି ନିଜର ଚିକିତ୍ସା କରାଉଥିଲେ । ସେହି ସମୟରେ ଲାଲୁଙ୍କ ସୁରକ୍ଷାରେ ରାଞ୍ଚି ପୋଲିସର ୧୦ କର୍ମଚାରୀ ନିୟୋଜିତ ଥିଲେ । ସେତେବେଳେ ରିମ୍ସ ପକ୍ଷରୁ ତାଙ୍କୁ ଗଦି, ରେଜେଇ, ତକିଆ ଏବଂ ଚଦର ଦିଆଯାଇଥିଲା । ପରେ ଲାଲୁଙ୍କୁ ଚିକିତ୍ସା ପାଇଁ ରିମ୍ସରୁ ଦିଲ୍ଲୀ ପଠାଯାଇଥିଲା । ଲାଲୁଙ୍କ ସୁରକ୍ଷାରେ ଥିବା ପୋଲିସ କର୍ମଚାରୀ ରିମ୍ସ ପକ୍ଷରୁ ମିଳିଥିବା ଗଦି, ରେଜେଇ ଏବଂ ତକିଆ ସହ ଅନ୍ୟ ସାମଗ୍ରୀ ନିଜ ସାଥିରେ ନେଇଯାଇଥିଲେ ।

ରିମ୍ସ କର୍ତ୍ତୃପକ୍ଷ ସେମାନଙ୍କୁ ସେସବୁ ଜିନିଷ ଫେରାଇବା ପାଇଁ କହିବା ସତ୍ତ୍ବେ ସେମାନେ ଫେରାଇନଥିଲେ । ଏହାପରେ ରିମ୍ସ ପ୍ରଶାସନ ରାଞ୍ଚିର ଏଏସପିଙ୍କୁ ତକିଆ ଏବଂ ଗଦି ଫେରସ୍ତ ପାଇଁ ଚିଠି ଲେଖିଛନ୍ତି । ଏହାପରେ ଏଏସପି ସେହି ପୋଲିସ କର୍ମଚାରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏହାସହ ଖୁବ୍ ଶୀଘ୍ର ସେସବୁ ଫେରାଇବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.