Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଭାଇରାଲ୍‌ ଅଡିଓକୁ ନେଇ ବଢ଼ିଲା ଲାଲୁଙ୍କ ଅଡ଼ୁଆ, ଆରଜେଡି ସୁପ୍ରିମୋଙ୍କୁ RIMS କରାଗଲା ସିଫ୍ଟ: ବିନା ଅନୁମତିରେ ସାକ୍ଷାତ ମନା

26/11/2020 at 9:44 PM

ରାଞ୍ଚି ୨୬/୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଅଡିଓ ଭାଇରାଲ୍‌ ହେବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ପୁଣି ଥରେ ଲାଲୁଙ୍କୁ କେଲି ବଙ୍ଗଳାରୁ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇସେନ୍ସ(ରିମ୍ସ) କୁ ସ୍ଥାନାନ୍ତର କରାଯାଇଛି। ସେପଟେ ଅଡିଓ ଭାଇରାଲ୍‌ ମାମଲାରେ ଜେଲ୍‌ ବିଭାଗ ଆଇଜି ତଦନ୍ତ ନିର୍ଦେଶ ଦେଇଛନ୍ତି।

ଏହା ସହ ରାଞ୍ଚି ଓ ଏସଏସପି ସହିତ ରାଞ୍ଚି ଜେଲ୍‌ର ଅଧିକ୍ଷକକୁ ଆଇଜି ନିର୍ଦେଶ ଦେଇଛନ୍ତି ଯେ ମିଡିଆରେ ଭାଇରାଲ୍‌ ହେଉଥିବା ଅଡିଓ ଯାଞ୍ଚ ରିପୋର୍ଟ ଖୁବଶୀଘ୍ର ଦିଅ। ଏଭଳି ସୁରକ୍ଷାରେ ଢ଼ିଲା ଠିକ୍‌ ନୁହେଁ। ଏନେଇ ହୋଇଥିବା ଅଭିଯୋଗ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜେଲ୍‌ ଆଇଜି କହିଛନ୍ତି।

ବିନା ଅନୁମତିରେ ଲାଲୁଙ୍କୁ କେହି ସାକ୍ଷାତ କରିପାରିବେ ନାହିଁ ବୋଲି ତାଙ୍କ ସୁରକ୍ଷାରେ ନିୟୋଜିତ ଯବାନଙ୍କୁ ନିର୍ଦେଶ ଦିଆଯାଇଛି। ଯଦି କେହି ବିନା ଅନୁମତିରେ ଲାଲୁଙ୍କୁ ସାକ୍ଷାତ କରିବେ ତେବେ ସୁରକ୍ଷା କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିହାର ବିଧାନସଭା ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଲାଲୁ ଯାଦବଙ୍କ ଏକ ଅଡିଓ ଭାଇରାଲ୍‌ ହୋଇଥିଲା। ଏଥିରେ ଲାଲୁ ଯାଦବଙ୍କ ଉପରେ ଗମ୍ଭୀର ଅଭିଯୋଗ ଲାଗିଥିଲା। ଭାଇରାଲ୍‌ ଅଡିଓକୁ ନେଇ ବିଜେପି ଓ ଜେଡିଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଭାଇରାଲ୍‌ ଅଡିଓକୁ ନେଇ ବିରୋଧୀ ଅଭିଯୋଗ ଆଣିଥିଲେ ଯେ, ଲାଲୁ ବିହାର ବିଧାନସଭା ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜେପି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରିଥିଲେ। ଏଥିରେ ବିଜେପିର ବରିଷ୍ଠ ନେତା ସୁଶିଲ ମୋଦି ମଧ୍ୟ ଅଭିଯୋଗ ଆଣିଥିଲେ।

   Related Posts