ଲାଲୁ ଯାଦବଙ୍କୁ ବଡ ଝଟକା: ଜେଲରେ ହିଁ ରହିବେ, ପାରୋଲ ରାସ୍ତା ବନ୍ଦ
13/04/2020 at 6:43 PM

ରାଞ୍ଚି, ୧୩|୦୪: ଦେଶରେ ଦେଖାଦେଇଥିବା କରୋନା ସଙ୍କଟ ମଧ୍ୟରେ ଗୋଚାରା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଜେଲରେ ହିଁ ରହିବେ । ତାଙ୍କୁ ମୁକ୍ତ କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଛି । ଝାଡଖଣ୍ଡ କ୍ୟାବିନେଟ୍ ନିଷ୍ପତ୍ତି ପରେ ସରକାର ନିଜ ନିଷ୍ପତି ଫେରାଇ ନେଇଛନ୍ତି । ନିୟମାନୁସାରେ ସରକାର ଏବେ ଲାଲଙ୍କୁ ପାରୋଲରେ ଛାଡି ପାରିବେ ନାହିଁ ।
ଏହା ପୂର୍ବରୁ ଝାଡଖଣ୍ଡ କ୍ୟାବିନେଟରେ ଲାଲୁଙ୍କୁ ପାରୋଲ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ଏହି ମାମଲାର ନିଷ୍କର୍ଷ ବାହାର କରିବା ପାଇଁ ସରକାର ରାଜ୍ୟର ମହାଧିବକ୍ତାଙ୍କ ପରାମର୍ଶ ଲୋଡିଥିଲେ । ସେ ସରକାରଙ୍କୁ ଏସମ୍ବନ୍ଧୀୟ ଅନେକ ଆଇନ ବିଷୟରେ କହିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳଙ୍କ ମଧ୍ୟରେ ୨ ଘଣ୍ଟା ଧରି ବୈଠକ ଅନୁଷ୍ଠିତ ହୋଇଥିଲା ।
ପୂର୍ବରୁ ଲାଲୁଙ୍କ ଓ୍ୱାର୍ଡ ପାଖରେ ରିମ୍ସରେ ଆଇସୋଲେସନ ଓ୍ୱାର୍ଡ ତିଆରି ହେଉଥିବାରୁ କଂଗ୍ରେସ ଓ ଆରଜେଡି ନେତା ଲଗାତାର ଭାବେ ଲାଲୁଙ୍କ ପକ୍ଷରେ ବୟାନ ଦେଉଥିଲେ । ତାଙ୍କୁ ମୁକ୍ତ କରାଯାଉ ବୋଲି ମଧ୍ୟ ଦାବି କରୁଥିଲେ । ଝାଡଖଣ୍ଡ ସରକାରରେ ମନ୍ତ୍ରୀ ଥିବା ବାଦଳ ଓ ବିଧାୟକ ଇରଫାନ ଅନସାରୀ ଖୁଲମଖୁଲା ଭାବେ ଲାଲୁଙ୍କ ସମର୍ଥନରେ ବାହାରି ଥିଲେ । ତେବେ ପାରୋଲ ମାମଲାରେ କୌଣସି ନିର୍ଣ୍ଣୟ ହୋଇପାରି ନାହିଁ ।
ଏବେ ରାଞ୍ଚିର ରିମସ ହସ୍ପିଲାଟରେ ଲାଲୁ ଚିକିତ୍ସିତ ହେଉଛଛନ୍ତି । ସେ ବିରସା ମୁଣ୍ଡା କେନ୍ଦ୍ରୀୟ ଜେଲରେ ସଜ୍ଜା କାଟୁଛନ୍ତି । ତବେ କରୋନା ପ୍ରକୋପ ପାଇଁ ୭୦ ବର୍ଷରୁ ଅଧିକ ବୟସର କଏଦୀଙ୍କୁ ମୁକ୍ତ କରାଯିବା ନେଇ ଗାଇଡଲାଇନ ପରେ ଲାଲୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ଏବେ ହସ୍ପିଟାଲରେ ଲାଲୁ ନିଜ ଓ୍ୱାର୍ଡରୁ ବାହାରକୁ ଯାଉ ନାହାଁନ୍ତି । ନିଜ କୋଠରୀରେ ରହୁଛନ୍ତି । ଲାଲୁଙ୍କ ବୟସ ଅଧିକ ଥିବାରୁ ତାଙ୍କ ଉପରେ ନଜର ରଖାଯାଇଛି ।