Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଆରଜେଡି ଆଡକୁ ଢଳୁଛନ୍ତି କି ଚିରାଗ ? ଦିଲ୍ଲୀରେ ଲାଲୁଙ୍କ ସହଯୋଗୀ ଶ୍ୟାମ ରଜାକଙ୍କୁ ସାକ୍ଷାତ ପରେ ଚର୍ଚ୍ଚା ଜୋର୍

11/07/2021 at 11:32 AM

ନୂଆଦିଲ୍ଲୀ,୧୧/୦୭:   ଆରଜେଡି ନେତା ଶ୍ୟାମ ରଜାକ ଶନିବାର ସନ୍ଧ୍ୟାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ରାମବିଳାଶ ପାଶ୍ୱାନଙ୍କ ପୁତ୍ର ଚିରାଗ ପାଶ୍ୱାନଙ୍କୁ ଭେଟିଛନ୍ତି । ଦିଲ୍ଲୀରେ ଉଭୟ ନେତା ଆଲୋଚନା କରିଛନ୍ତି । ଚିରାଗ ଶନିବାର ଦ୍ୱିପ୍ରହରରେ ନିଜର ଆଶୀର୍ବାଦ ଯାତ୍ରାକୁ ଅଧାରେ ଛାଡି ଦିଲ୍ଲୀ ଗସ୍ତ କରିଥିଲେ ।

କୁହାଯାଉଛି ଯେ, ଦିଲ୍ଲୀ ହାଇକୋର୍ଟ ଚିରାଗ ପାଶ୍ୱାନଙ୍କୁ ଲୋକ ଜନଶକ୍ତି ପାର୍ଟିର ବିବାଦ ମାମଲାରେ ଝଟକା ଦେଇଥିଲେ । କୋର୍ଟ ଚିରାଗଙ୍କ ଆବେଦନ ଖାରଜ କରିଦେଇଥିଲେ । ଏହାପରେ ସେ ନିଜର ଲିଗାଲ ଟିମ୍‌କୁ ଭେଟିବାକୁ ଦିଲ୍ଲୀ ଯାଇଛନ୍ତି ।

ଚିରାଗ ଦିଲ୍ଲୀରେ ପହଁଚିବା ପୂର୍ବରୁ ଶ୍ୟାମ ରାଜାକ ସେଠାରେ ଥିଲେ । ଉଭୟ ଅନେକ ସମୟ ଧରି ବିଭିନ୍ନ ରାଜନୈତିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଥିଲେ । ତେବେ ଶ୍ୟାମ ତେଜସ୍ୱୀ ଯାଦବ କିମ୍ବା ଲାଲୁଙ୍କ କିଛି ବାର୍ତ୍ତା ନେଇ ଚିରାଗଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି ।

ଏହାପୂର୍ବରୁ ଶ୍ୟାମ ଶୁକ୍ରବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଭେଟିଥିଲେ । ସବୁଠାରୁ ବଡ କଥା ହେଉଛି ଯେ, ଏଳଜେପିରେ ବିବାଦ ମଧ୍ୟରେ ଆରଜେଡିର କୌଣସି ବରିଷ୍ଠ ନେତା ଚିରାଗଙ୍କୁ ଭେଟିଛନ୍ତି । ଆଉ କେହି କେହି ମଧ୍ୟ ଚିରାଗ ଆରଜେଡି ଆଡକୁ ଢଳି ପାରନ୍ତି ବୋଲି ମଧ୍ୟ କହୁଛନ୍ତି ।

   Related Posts