Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

‘ଲଣ୍ଠନ’ ରୁ ‘ଚିରାଗ’ ଆଲୋକିତ କରିବାକୁ ପ୍ରୟାସ, ତେଜସ୍ୱୀଙ୍କ ବାର୍ତ୍ତା ନେଇ ଲାଲୁଙ୍କୁ ଭେଟିଲେ ଶ୍ୟାମ ରଜକ

12/07/2021 at 1:37 PM

ବିହାର ୧୨/୭ : ବିହାରର ତାପମାତ୍ରା କମ୍ ଅଛି ସତ, କିନ୍ତୁ ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି । ଦିଲ୍ଲୀରେ ନେତାଙ୍କ ଘନ ଘନ ବୈଠକ ହେତୁ ବଢିଛି ରାଜନୈତିକ ଅସ୍ଥିରତା । ସଦ୍ୟତମ ମାମଲା ହେଉଛି ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଶ୍ୟାମ ରାଜକ ଏବଂ ମନୋଜ ସିହ୍ନାଙ୍କ ମଧ୍ୟରେ ଏକ ରାଜନୈତିକ ବୈଠକ ।

ଆରଜେଡି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ୟାମ ରଜକ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ରାଜ୍ୟସଭା ସାଂସଦ ମନୋଜ ସିହ୍ନା ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କୁ ଭେଟିଛନ୍ତି । ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କାରଣ ରଜକ ଏହା ପୂର୍ବରୁ ଚିରାଗ ପାସୱାନଙ୍କ ସହ ଭେଟ ଘାଟ କରିଥିଲେ । ଲାଲୁ ଯାଦବଙ୍କ ସହ ଶ୍ୟାମ ରଜକ ଏବଂ ମନୋଜ ସିହ୍ନାଙ୍କ ସାକ୍ଷାତ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ।

ଏହାପୂର୍ବରୁ ଶ୍ୟାମ ରଜକ କଂଗ୍ରେସ ନେତା ମୀରା କୁମାର ଏବଂ ବିହାର ପ୍ରଭାରୀ ଥିବା ଭକ୍ତ ଚରଣ ଦାସଙ୍କୁ ମଧ୍ୟ ଭେଟିଥିଲେ । ସୂଚନା ଅନୁଯାୟୀ ଲାଲୁ ଯାଦବ ଶ୍ୟାମ ରଜକଙ୍କୁ ଭେଟିବା ପରେ ଏଲଜେପି ନେତା ଚିରାଗ ପାସୱାନଙ୍କୁ ଡାକିଥିଲେ । ନୂତନ ସମୀକରଣ ବିଷୟରେ ଲାଲୁ ଯାଦବ ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲା ।

ବାର୍ତ୍ତାଳାପ ପରେ ଚିରାଗ କହିଛନ୍ତି ଯେ ବିହାରର ରାଜନୈତିକ ବିକାଶ ଉପରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସହ ଏକ ସୁସ୍ଥ ଆଲୋଚନା ହୋଇଛି । ସ୍ୱାସ୍ଥ ଖରାପ ହେତୁ ବାସ୍ତବରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଦିଲ୍ଲୀରେ ରହୁଛନ୍ତି । ଜେଲରୁ ବାହାରିବା ପରେ ସେ ଏପର୍ଯ୍ୟନ୍ତ ବିହାରକୁ ଆସିନାହାଁନ୍ତି । କିନ୍ତୁ ସେ ନିଜେ ଦିଲ୍ଲୀରୁ ରାଜନୈତିକ ବିକାଶ ଉପରେ ନଜର ରଖିଛନ୍ତି ।

ନିକଟରେ ତେଜସ୍ୱୀ ଯାଦବ ତାଙ୍କୁ ଆରଜେଡିର ପ୍ରତିଷ୍ଠା ଦିବସରେ ଏବଂ ଏଲଜେପି ପ୍ରତିଷ୍ଠାତା ରାମ ବିଲାସ ପାସୱାନଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜାଳୀ ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା । ଚିରାଗ ପାସୱାନଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା ମଧ୍ୟ ବେଶ୍ ଚର୍ଚ୍ଚା ହେଉଛି । ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଚିରାଗ ପାସୱାନ ନିଷ୍ପତ୍ତି ନେବେ । LJP ଦୁଇ ଭାଗ ହେବା ପରେ ଆରଜେଡି ଚିରାଗ ପାସୱାନଙ୍କ ଉପରେ ନଜର ରଖିଛି । କାରଣ ଚିରାଗ ପାସୱାନଙ୍କ ଚାଚା ପଶୁପତି କୁମାର ପାରସ ଯେଉଁ ଝଟକା ଦେଇଛନ୍ତି ସେଥିରେ ବହୁତ ଭାଙ୍ଗି ପଡିଛନ୍ତି ଚିରାଗ ପାସଓ୍ୱାନ୍ ।

   Related Posts