Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବଢିଛି RJD ନେତା ତେଜ୍ ପ୍ରତାପଙ୍କ ସମ୍ପତ୍ତି, ଜାଣନ୍ତୁ ମୋଟ କେତେ?

14/10/2020 at 8:57 PM

ପାଟନା ୧୪।୧୦: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜ ପ୍ରତାପ ଯାଦବ ସମସ୍ତିପୁରର ହାସନପୁର ସିଟ୍‌ରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।  ଏଥିଲାଗି ମଙ୍ଗଳବାର ସେ ତାଙ୍କର ସାନ ଭାଇ ତଥା ନିର୍ବାଚନରେ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ସହ ଯାଇ ଡିଏମଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ରରେ ତେଜ ପ୍ରତାପ ତାଙ୍କ ସମ୍ପତ୍ତି ସମେତ ଅନ୍ୟ ସୂଚନା ମଧ୍ୟ ଦେଇଛନ୍ତି। ଯେଉଁଥିରେ ସେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୨କୋଟି ୮୩ ଲକ୍ଷ ଟଙ୍କା ବୋଲି ସୂଚିତ କରିଛନ୍ତି।

ଗତ ୨୦୧୫ ମସିହା ସାଧାରଣ ନିର୍ବାଚନରେ ସେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୨ କୋଟି ୯୭ ହଜାର ଟଙ୍କା ସୂଚିତ କରିଥିଲେ। ଅର୍ଥାତ ୫ ବର୍ଷରେ ତେଜ ପ୍ରତାପଙ୍କ ସମ୍ପତ୍ତି ପରିମାଣ ୮୨ଲକ୍ଷ ୩ ହଜାର ଟଙ୍କା ବଢିଛି। ଏଥିରୁ ତେଜ ପ୍ରତାପଙ୍କ ଚଳନ୍ତି ସମ୍ପତ୍ତି ପରିମାଣ ୧ କୋଟି ୨୨ଲକ୍ଷ ୯୭ ହଜାର ୮୨୫ ଟଙ୍କା ଦର୍ଶାଇଥିବା ବେଳେ ଅଚଳ ସମ୍ପତ୍ତି ୧କୋଟି ୬୦ଲକ୍ଷ ୪୦ ହଜାର ୭୪୧ ଟଙ୍କା ଦର୍ଶାଇଛନ୍ତି। ସେହିପରି ତାଙ୍କ ଉପରେ ବିଭିନ୍ନ ସୂତ୍ରରୁ ୧୭ଲକ୍ଷ ୫୭ ହଜାର ୭୦୭ଟଙ୍କା ଋଣ ଥିବାର ଉଲ୍ଲେଖ କରିଛନ୍ତି।

ପ୍ରାର୍ଥୀପତ୍ରରେ ତେଜ ପ୍ରତାପ ତାଙ୍କ ନିକଟରେ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ନଗଦ ୧ଲକ୍ଷ ୨୫ ହଜାର ଟଙ୍କା ଥିବାର ସୂଚିତ କରିଛନ୍ତି। ଏହା ଛଡା ତାଙ୍କର ୧୫ଲକ୍ଷ ୪୬ ହଜାର ଟଙ୍କାର ଏକ ମୋଟର ବାଇକ୍‌, ୨୯ ଲକ୍ଷ ୪୩ ହଜାର ଟଙ୍କାର ଏକ ବିଏମଡବ୍ଲୁ କାର ଥିବାର ମଧ୍ୟ ସୂଚିତ କରିଛନ୍ତି। ସ୍ୱର୍ଣ୍ଣଳଙ୍କାରର ହିସାବ ଦେଇ ତାଙ୍କର ମୋଟ ୧୦୦ ଗ୍ରାମର ସ୍ୱର୍ଣ୍ଣଳଙ୍କାର ଥିବାର ଦର୍ଶାଇଥିବା ବେଳେ ଗୋଟିଏ ଡେସ୍କଟପ୍ ଓ ଗୋଟିଏ ଲାପଟପ୍‌ କମ୍ପ୍ୟୁଟର ଥିବାର ସୂଚିତ କରିଛନ୍ତି।

୨୦୧୦ ମସିହାରେ ଇଣ୍ଟିରମିଡିଏଟ୍ ଉତୀର୍ଣ୍ଣ ତେଜପ୍ରତାପ ତାଙ୍କ ପ୍ରାର୍ଥୀ ପତ୍ରରେ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ମଧ୍ୟ ଆଫିଡେଭିଟ୍ ପ୍ରଦାନ କରିଛନ୍ତି। ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କ ଡିଭୋର୍ସ କେସ୍ ପାଟନା ଫ୍ୟାମିଲି କୋର୍ଟରେ ବିଚାରାଧୀନ ଥିବା ସୂଚିତ କରିଛନ୍ତି। ଏଣୁ ତାଙ୍କ ସମ୍ପତ୍ତିର ପରିମାଣ ନେଇ ତାଙ୍କ ନିକଟରେ ସୂଚନା ନଥିବା ଜଣାଇଛନ୍ତି। ସୂଚନା ଯୋଗ୍ୟଯେ ତେଜ ପ୍ରତାପ ୨୦୧୫ ମସିହାରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ସେ ଏଥର ଦ୍ୱିତୀୟବାର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ତାଙ୍କ ଦଳର ସଂସ୍ଥାପକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜେଲରେ ଥିବା ବେଳେ ତାଙ୍କ ଦଳ ନିଜ ତାକତରେ ନିଜେ ନିର୍ବାଚନ ମୈଦାନକୁ ଓହ୍ଲାଇଛି।

   Related Posts