Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନିର୍ବାଚନ ହାରିବା ପ​‌ରେ ସାନ ଭାଇକୁ ୨୪ ଘଣ୍ଟାରେ ହତ୍ୟା ଧମକ ଦେଲା ବଡ଼ ଭାଇ: AIMIMରୁ ଜିତିଥିଲେ ସାନ ଭାଇ, ହାରିଥି​‌ଲେ RJDରୁ ବଡ଼ ଭାଇ

17/11/2020 at 6:15 PM

ପାଟନା ୧୭/୧୧: ଜୋକିହାଟ ବିଧାନସଭା ଆସନର ଆରଜେଡି ପ୍ରାର୍ଥୀ  ତଥା ପୂର୍ବତନ ସାଂସଦ ସର୍ଫରାଜ ଆଲମ ନିଜ ଭାଇ ଏଆଇଏମଆଇଏମ୍‌ ବିଧାୟକ ଶାହନବାଜ ଆଲମଙ୍କ ଘରେ ପଶି ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। କେବଳ ହତ୍ୟା ଧମକ ନୁହେଁ ଶାହନବାଜଙ୍କ ପତ୍ନୀ, ମା ଓ ଝିଅଙ୍କ ସହ ସର୍ଫରାଜ ଦୁର୍ବ୍ୟବହାର ମଧ୍ୟ କରୀଛନ୍ତି। ଘଟଣା ସମୟରେ ଶାହନବାଜ ଅରୋରିୟାରେ ଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଶାହନବାଜ ତୁରନ୍ତ ଜୋକିହାଟ ସିସୌନାରେ ପହଞ୍ଚିଥିଲେ। ଏହା ସହ ତୁରନ୍ତ ଘଟଣା ସମ୍ପର୍କରେ ଡିଏମ, ଏସପି, ଏସଡିପିଓଙ୍କୁ ଜଣାଇଥିଲେ। ପରେ ସମସ୍ତ ଅଧିକାରୀ ପହଞ୍ଚି ଘଟଣାର ଛାନଭିନ୍‌ କରିଥିବା ଜଣାପଡ଼ିଛି।

ଅନ୍ୟପଟେ ବିଧାୟକଙ୍କ ପତ୍ନୀ ଗଜାଲା ଖାତୁନ ଜୋକିହାଟ ଥାନାରେ ସର୍ଫରାଜଙ୍କ ସମେତ ମୋଟ ୧୫ ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ଯେଉଁଥରେ ଆରଜେଡି ଜିଲ୍ଲା ଅଧ୍ୟକ୍ଷ ଗୌରବ କୁମାରଙ୍କ ନାଁ ମଧ୍ୟ ସାମିଲ ରହିଛି। ତେବେ ଗଜାଲା ଖାତୁନଙ୍କ ଅଭିଯୋଗ ରବିବାର ରାତି ପ୍ରାୟ ୯ଟାରେ ୩ଟି ଗାଡ଼ି ତାଙ୍କ ଘର ସାମ୍ନାରେ ଅଟକିଥିଲା। ସେଥିରୁ ପାଖାପାଖି ୧୫ ବ୍ୟକ୍ତି ଓହ୍ଲାଇ ଘର ଭିତରକୁ ମାଡ଼ି ଆସିଥିଲେ। ସେମାନଙ୍କ ମଧ୍ୟରୁ ତାଙ୍କ ଦେଢ଼ଶୂର ସର୍ଫରାଜ ତାଙ୍କ ବେକକୁ ଚିପି ଧରିବା ସହ ସ୍ବାମୀଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। ଏହା ସହ କବାଟରେ ଲାଗିଥିବା ଏକ ତାଲା ଭାଙ୍ଗି ଦେଇଥିଲେ। କେବଳ ସେତିକି ନୁହେଁ ସ୍ବାମୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଶୀଘ୍ର ଘର ଖାଲି କରିବାକୁ କହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

୨୪ ଘଣ୍ଟା ମଧ୍ୟରେ ବିଧାୟକ ଶାହନବାଜଙ୍କୁ ହତ୍ୟା ଧମକ ଦେଇଥିଲେ ଶର୍ଫରାଜ। ଏଭଳି ଧମକ ଶୁଣିବା ପରେ ପରିବାର ଲୋକେ ଚିନ୍ତାରେ ଥିବା ବେଳେ ବିଧାୟକଙ୍କ ପତ୍ନୀ ପ୍ରଶାସନକୁ ସୁରକ୍ଷା ଭିକ୍ଷା କରିଛନ୍ତି। ତେବେ ଶର୍ଫରାଜ ଓ ଶାହନବାଜ ସୀମାଞ୍ଚଳ ଗାନ୍ଧୀ ନାଁରେ ପରିଚିତ ତସଲିମଉଦ୍ଦିନଙ୍କ ପୁଅ । ବିହାର ବିଧାନସଭା ନିର୍ବାଚନାର ଶାହନବାଜଙ୍କଠୁ ହାରିଥିଲେ ଶର୍ଫରାଜ।

ସେପଟେ ଘଟାଣରେ ସମ୍ପୃକ୍ତ ଦୋଷୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଏଭଳି ଘଟଣାକୁ ନିନ୍ଦା କରିବା ସହ ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବଙ୍କୁ ପ୍ରଶ୍ନ କରିଛନ୍ତି ଶାହନବାଜ। ଏଭଳି ଘୃଣ୍ୟ କାର୍ଯ୍ୟ କରି ଆପଣଙ୍କ ନେତା ରାଜନୀତି କରିବେ କି ବୋଲି ପଚାରିଛନ୍ତି ଶାହନବାଜ। ରାଜନୀତିଙ୍କୁ ଆସିବା ପରଠାରୁ ତାଙ୍କ ସହ ଏଭଳି ବ୍ୟବହାର ହେଉଥିବା ସେ ଅଭିଯୋଗ କରିବା ସହ ଏହାର ଜବାବ ଦେବେ ବୋଲି ମଧ୍ୟ ସେ କହିଛନ୍ତି।

   Related Posts