Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବିହାର ବିଧାନସଭା ପରିସରରେ ଆରଜେଡି ଓ ବିଜେପି ବିଧାୟକଙ୍କ ବାକ୍ ଯୁଦ୍ଧ, ଅସଭ୍ୟ ଭାଷାରେ ଗାଳିଗୁଲଜକୁ ନେଇ ଜୋର ଧରିଲା ଚର୍ଚ୍ଚା

30/11/2021 at 5:49 PM

ପାଟନା ୩୦।୧୧:  ବିହାର ବିଧାନସଭା ପରିସରରେ ମଙ୍ଗଳବାର ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି। ଗୃହ କାର୍ଯ୍ୟ ପୂର୍ବରୁ ବିଧାୟକମାନେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାର ଦେଖା ଯାଇଥିଲା। ଏଥିରେ ଆରଜେଡି ବିଧାୟକ ଭାଇ ବିରେନ୍ଦ୍ର ସିଂହ  ଓ  ବିଜେପି ବିଧାୟକ ସଞ୍ଜୟ ସରାୱଗୀ ମଧ୍ୟ ଗଣମାଧ୍ୟମ ପ୍ରତିନିଧିକଙ୍କ ସହ ପାଖାପାଖି କଥା ହେଉଥିଲେ। ତେବେ ଅଚାନକ ଦୁଇ ବିଧାୟକ ବିଧାନସଭା ବାହାରେ ମୁହାଁମୁହିଁ ହୋଇଯାଇଥିଲେ।

ବିଧାୟକ ଏତେମାତ୍ରାରେ ଉତ୍ତେଜିତ ହୋଇପଡିଥିଲେ ଯେ ସେମାନେ କିଏ କାହାକୁ କଣ କହୁଛନ୍ତି ତା ଉପରେ ବି କାହାର ଧ୍ୟାନ ନଥିଲା। ଏଥିରେ ସେମାନେ ପରସ୍ପର ପ୍ରତି ଭାଷାଅଭାଷା ମଧ୍ୟ ପ୍ରୟୋଗ କରିଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବିଧାନସଭା  ଆରମ୍ଭ ହେବା ପରେ ବାଚଷ୍ପତ୍ତି ବିଜୟ କୁମାର ସିହ୍ନା ବାବଦରେ ଆରଜେଡି ବିଧାୟକ ଭାଇ ବୀରେନ୍ଦ୍ରଙ୍କୁ ନିଜ ମର୍ଯ୍ୟଦାରେ ରହିବାକୁ କହିଥିଲେ। ଆପଣ ବରିଷ୍ଠ ଓ ନୂଆ ବିଧାୟକମାନେ ଆପଣଙ୍କ ଠାରୁ ଶିଖୁଛନ୍ତି ଏଣୁ ଏଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ ବୋଲି ବାଚସ୍ପତି ଚେତାଇ ଦେଇଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଅଚାନକ ଆରଜେଡି ବିଧାୟକ ଭାଇ ବୀରେନ୍ଦ୍ର ଅଚାନକ ବିଜେପି ବିଧାୟକ ସଞ୍ଜୟଙ୍କୁ ତୁମର ବୟସ କେତେ ? ତୁମ ଜନ୍ମ ହିଁ ଭେଜାଲ ବୋଲି କହି ଦେଇଥିଲେ। ଯାହା ପରିବେଶକୁ ନିଆଁ କରିଦେଇଥିଲା। ପରେ ଆଉ ସବୁ କଣ ହୋଇଥିଲା ସେ ବାବଦରେ କାହାର ଧ୍ୟାନ ନଥିଲା। ଏଥିରେ ବିଧାନସଭା ଗୃହକାର୍ଯ୍ୟ ଆରମ୍ଭ ହୋଇଯିବାରୁ ବିଧାୟକମାନେ ଗୃହକୁ ଚାଲି ଯାଇଥିଲେ।

   Related Posts