ଆଜି ଆରଜେଡିର ରୌପ୍ୟ ଜୟନ୍ତୀ, ଫେସବୁକ ମାଧ୍ୟମରେ କର୍ମୀଙ୍କୁ ସମ୍ବୋଧନ କରିବେ ଲାଲୁ

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ,୦୫/୦୭:  ସୋମବାର ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡିର ସିଲଭର ଜୁବଲି। ଏହି ଅବସରରେ ଜେଲରୁ ଫେରିଥିବା ଦଳର ରାଷ୍ଟୀୟ ସଭାପତି ଲାଲୁ ପ୍ରସାଦ ଯାଦବ ଦଳର ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ।

ଆରଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରୁ ଭର୍ଚ୍ଚୁଆଲରେ ସମ୍ବୋଧନ କରିବେ ଲାଲୁ ପ୍ରସାଦ ଯାଦବ। ଦିନ ପ୍ରାୟ ୨ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ବିହାର ରାଜଧାନୀ ପାଟଣାରେ ତେଜସ୍ବୀ ଯାଦବ ଉପସ୍ଥିତ ରହି କାର୍ଯ୍ୟକ୍ରମର ମଙ୍ଗ ସମ୍ଭାଳିବେ। ଏହି ପରିପ୍ରେକ୍ଷୀରେ ତେଜସ୍ୱୀ କହିଛନ୍ତି ଯେ, ଲାଲୁ ଲୋକଙ୍କ ନେତା ଓ ସେ ଲୋକଙ୍କ ହୃଦୟରେ ଅଛନ୍ତି। ଗରିବ, ନିଷ୍ପେଶିତ, ଦଳିତ ଲୋକଙ୍କ ଲାଲୁ ହେଉଛନ୍ତି ସ୍ବର ।

ତେବେ କରୋନା ମହାମାରୀ ଯୋଗୁ ଆରଜେଡି ଏଥର ୨୫ ବର୍ଷ ପୂର୍ତ୍ତି ସମାରୋହକୁ ପାଳନ କରୁନାହିଁ। କିନ୍ତୁ ଫେସବୁକ ମାଧ୍ୟମରେ ଲାଲୁ ଯାଦବ ଦଳଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି। ଚାରା ଘୋଟାଲରେ ଜେଲ ଯିବା ପରେ ଲାଲୁ ଯାଦବ ଦଳୀୟ କର୍ମୀଙ୍କୁ ବହୁ ଦିନ ପରେ ସମବୋଧଽ କରିବାକୁ ଯାଉଛନ୍ତି। ସେ ଦିଲ୍ଲୀରେ ରହି ଭର୍ଚ୍ଚୁଆଲ ମିଡିଆରେ କର୍ମୀଙ୍କୁ ସମ୍ବୋଧନ କରିବେ। ଏହା ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଫଟୋ ସାରା ପାଟଣାରେ ଛାୟୀ ଯାଇଛି। ସେପଟେ ଆଜି ଲୋକ ଜନଶକ୍ତି ପାର୍ଟି ନେତା ରାମ ବିଳାଶ ପାଶ୍ବାନଙ୍କ ଜନ୍ମଦିନ ଥିବାରୁ ଏଲଜେପି ଆଶୀର୍ବାଦ ଯାତ୍ରା ଆରମ୍ଭ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.