MMS କାଣ୍ଡ, ରେବ୍‌ ପାର୍ଟି ବିବାଦ…ଏବେ କିନ୍ତୁ ପରଦାଠୁ ଦୂରରେ, କେମିତି ଅଛନ୍ତି ଶ୍ରୀସନ୍ଥଙ୍କ ଏକ୍ସ ଗର୍ଲଫ୍ରେଣ୍ଡ?

Published By : Prameya-News7 Bureau | January 24, 2020 IST

ମୁମ୍ବାଇ୨୪|୧: ବଲିଉଡ ଅଭିନେତ୍ରୀ ରିୟା ସେନ୍‌ ଆଜି ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ବେଙ୍ଗଲି ଲୋକପ୍ରିୟ ଅଭିନେତ୍ରୀ ମୁନ୍‌ମୁନ୍‌ ସେନ୍‌ଙ୍କ ଝିଅ ହେଉଛନ୍ତି ରିୟା ସେନ। ବ୍ୟକ୍ତିଗତ ଜୀବନରେ ଅନେକ ବିବାଦର ଶିକାର ହୋଇଥିବାରୁ ରିୟାଙ୍କ କ୍ୟାରିଅର ହିଟ୍‌ ହୋଇପାରିନାହିଁ। ୧୯୮୧ ମସିହା ଜାନୁୟାରୀ ମାସ ୨୪ତାରିଖ କୋଲକତାରେ ଜନ୍ମ ହୋଇଥିଲେ ରିୟା। ଏବେ ରିୟା ପରଦାରେ ଅଧିକ ନଜର ଆସୁନାହାନ୍ତି ସତ ହେଲେ ନିଜ ବୋଲ୍ଡନେସ୍‌ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କିଛି ବିବାଦ ଯୋଗୁଁ ବଲିଉଡରେ ମଧ୍ୟ ସଫଳ ହୋଇପାରିନଥିଲେ ରିୟା।

{"id":215295,"sizeSlug":"large"}

ଏମ୍‌ଏମ୍‌ଏସ୍‌ ଲିକ୍‌ ହେବାଠୁ ନେଇ ରେବ୍‌ ପାର୍ଟିରେ ସାମିଲ ହେବା ଭଳି କାଣ୍ଡ ଯୋଗୁଁ ସେ ଖୁବ ବଦନାମ୍‌ ମଧ୍ୟ ହୋଇଥିଲେ। ରିୟା ନିଜ ଲଭ ଆଫେୟର୍ସ ପାଇଁ ମଧ୍ୟ ଚର୍ଚ୍ଚିତ। ତାଙ୍କର କୌଣସି ରିଲେସନ ଲମ୍ବା ସମୟ ଯାଏଁ ଚାଲିନଥିଲା। ରିପୋର୍ଟ ଅନୁସାରେ ସେ ମଝିରେ ଜନ୍‌ ଆବ୍ରାହମ୍‌ଙ୍କୁ ମଧ୍ୟ ଡେଟ୍‌ କରିଥିଲେ।

{"id":215296,"sizeSlug":"large"}

ରିୟା କ୍ରିକେଟର ଖେଳାଳୀ ଶ୍ରୀସନ୍ଥଙ୍କ ସହ ମଧ୍ୟ ରିଲେସନଶିପ୍‌ରେ ଥିଲେ। ୨୦୦୫ ମସିହାରେ ରିୟାଙ୍କର ଅଶ୍ମୀତ୍‌ ସହ ଏକ MMS ଲିକ୍‌ ହୋଇଥିଲା। ଅଶ୍ମୀତ ଓ ରିୟାଙ୍କର ଏହି ଭିଡିଓ ଖୁବ ଭାଇରାଲ ହୋଇଥିଲା। ୨୦୧୭ ମସିହାରେ ସେ ଫେମସ ଫଟୋଗ୍ରାଫର ଶିବମ୍‌ ତିଓ୍ବାରୀଙ୍କୁ ଲୁଚିଛପି ବିବାହ କରିଥିଲେ। ଏହାକୁନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା।

{"id":215297,"sizeSlug":"large"}

୧୯୯୧ ମସିହାରେ ଫିଲ୍ମ ବିଷକନ୍ୟାରେ ସେ ଶିଶୁ କଳାକାର ଭାବେ ଅଭିନୟ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ରିୟା ଫାଲଗୁନୀ ପାଠକଙ୍କ 'ୟାଦ୍‌ ପିୟା କି ଆନେ ଲଗି'ରେଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଥିଲେ। ୨୦୦୧ ମସିହାରେ ଫିଲ୍ମ ଷ୍ଟାଇଲ୍‌ରେ ମୁଖ୍ୟ ଭୂମିକାରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ ଏହି ଅଭିନେତ୍ରୀ। ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ରିୟା ସେନ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.