Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

IASଙ୍କ ଭଉଣୀ ଆଇଏଏସ୍‌: ୨୦୧୫ର ଟପ୍ପର ଟୀନା ଡାଭିଙ୍କ ଭଉଣୀ ରିୟାଙ୍କୁ ୟୁପିଏସ୍‌ସି ପରୀକ୍ଷାରେ ମିଳିଲା ସଫଳତା

24/09/2021 at 9:48 PM

ନୂଆଦିଲ୍ଲୀ ୨୪/୦୯: ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ (ୟୁପିଏସ୍‌ସି) ପରୀକ୍ଷା ୨୦୨୦ର ଫଳ ପ୍ରକାଶ ପାଇଛି। ଏଥିରେ ୨୦୧୫ର ଆଇଏଏସ୍‌ ଟପ୍ପର ଟୀନା ଡାଭିଙ୍କ ଭଉଣୀ ରିୟା ଡାଭି ମଧ୍ୟ ପାସ୍‌ କରିଛନ୍ତି। ରିୟା ୧୫ ତାମ ସ୍ଥାନ ଅଧିକାର କରିଛନ୍ତି। ଭଉଣୀଙ୍କ ସଫଳତାରେ ଖୁସି ଜାହିର କରିବା ସହ ଟୀନା ଡାଭି ଲେଖିଛନ୍ତି, ‘ଏହାକୁ କହିବାକୁ ଖୁସୀ ଲାଗୁଛି ଯେ, ରିୟା ୟୁପିଏସସି-୨୦୨୦ରେ ୧୫ ତମ ରାଙ୍କ ପ୍ରାପ୍ତ କରିଛନ୍ତି।’

୨୦୧୬ରୁ ଆଇଏଏସ୍‌ ହୋଇଥିବା ଟୀନା ଏବେ ରାଜସ୍ଥାନ ସରକାରରେ ଅତିରିକ୍ତ ଅର୍ଥ ସଚିବ ଅଛନ୍ତି । ୟୁପିଏସସି ପରୀକ୍ଷା ୨୦୨୦​ର ଫାଇନାଲ୍‌ ରେଜଲ୍ଟ ବାହାରିଥିବା ବେଳେ ମୋଟ ୭୧୬ ଜଣ ପାସ ହୋଇଛନ୍ତି। ଦେଶର ଏହି ପ୍ରତିଷ୍ଠିତ ପରୀକ୍ଷାରେ ଶୁଭମ କୁମାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେ ଆଇଆଇଟି ବମ୍ବେରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିବା ପରେ ୟୁପିଏସସି ପରୀକ୍ଷା ଦେଇଥିଲେ। ମହିଳା ଆଶାୟୀଙ୍କ ମଧ୍ୟରେ ଜାଗୃତୀ ଅବସ୍ତି ଟପ୍ପର ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ନମ୍ବର ସ୍ଥାନରେ ଅଛନ୍ତି । ଜାଗୃତୀ ଏମଏଏନଆଇଟି ଭୋପାଳରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ୍‌ ଡିଗ୍ରି ହାସଲ କରିଛନ୍ତି।  

   Related Posts