Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

ବିହାର ପୋଲିସର ଅଭିଯୋଗ : ସୁଶାନ୍ତଙ୍କୁ ଔଷଧର ଓଭରଡୋଜ ଦେଉଥିଲେ ରିୟା ଚକ୍ରବର୍ତ୍ତୀ

7/08/2020 at 11:25 AM

ମୁମ୍ବାଇ ୭/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଏକ ନୂଆ କଥା ସାମନାକୁ ଆସିଛି। ସୂଚନା ଅନୁଯାୟୀ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କୁ ନିଜ ଘରକୁ ନେଇ ଯାଇଥିଲେ ଏବଂ ତାଙ୍କୁ ଓଭରଡୋଜ ଔଷଧ ଦେଉଥିଲେ। ବିହାର ପୋଲିସର ହଲଫନାମାରେ ସୁଶାନ୍ତଙ୍କ ପରିବାର ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ବିହାର ସରକାର ସୁପ୍ରିମ କୋର୍ଟରେ ପ୍ରସ୍ତାବ ରଖିଥିଲେ,ଯେଉଁଥିରେ ରିୟା ଏବଂ ତାଙ୍କ ପରିବାର ଉପରେ ଅଭିଯୋଗ ହୋଇଛି ଯେ ସମସ୍ତେ ସୁଶାନ୍ତ ଜୀବନରେ ଟଙ୍କା ଲୋଭରେ ଆସିଥିଲେ।

ରିୟାଙ୍କ ବିରୋଧରେ ଅଭିଯୋଗ ଲଗାଇ ବିହାର ସରକାର ସୁପ୍ରିମକୋର୍ଟରେ ପ୍ରସ୍ତାବ ରଖିଛି। ବିହାର ପୋଲିସ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରର ସଦସ୍ୟ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କରେ ଆସିବା ପଛରେ ଏକମାତ୍ର ଉଦ୍ଦେଶ୍ୟ ଟଙ୍କା ହଡ଼ପ କରିବା କହିଥିଲେ। ବିହାର ପୋଲିସ୍ ଏହା ମଧ୍ୟ କହିଛନ୍ତି ଯେ ପରେ ରିୟା ଏବଂ ତାଙ୍କ ପରିବାର ସୁଶାନ୍ତଙ୍କ ମାନସିକ ରୋଗର ନକଲି ଫଟୋ ପ୍ରସ୍ତୁତ କରିଥିଲେ।

ବିହାର ପୋଲିସର ବରିଷ୍ଠ ଅଧିକାରୀ ସୁପ୍ରିମ କୋର୍ଟକୁ ଦେଇଥିବା ଏହି ପ୍ରସ୍ତାବରେ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ,ସୁଶାନ୍ତଙ୍କୁ ନିଜ ଘରକୁ ନେଇ ଯାଇଥିଲେ ଏବଂ ତାଙ୍କୁ ଔଷଧର ଓଭରଡୋଜ ଦେବା ଆରମ୍ଭ କରି ଦେଇଥିଲେ। ଏହି ଅଭିଯୋଗ ପ୍ରକୃତରେ ସୁଶାନ୍ତଙ୍କ ବାପା କେକେ ସିଂହ ରିୟାଙ୍କ ବିରୋଧରେ ଲଗାଇଥିଲେ। ଏହା ସହିତ ସେ କହିଥିଲେ ଯେ ରିୟା,ସୁଶାନ୍ତଙ୍କ ସହ ଝଗଡ଼ା କରି ତାଙ୍କର ସବୁ ଜିନିଷ ନେଇ ଯାଇଥିଲେ।

ଏହା ସହିତ ବିହାର ପୋଲିସ୍ କହିଛି ଯେ ମୁମ୍ବାଇ ପୋଲିସଠାରୁ କୌଣସି ପ୍ରକାରର ସାହାଯ୍ୟ ନ ମିଳିବା ସତ୍ବେ ସେମାନଙ୍କୁ ଏହି ମାମଲାରେ ଅନେକ ପ୍ରକାରର ଜିନିଷ ମିଳିଛି। ଯେଉଁଥିରେ ଯାଞ୍ଚ କରାଯାଇପାରିବ। ବିହାର ପୋଲିସ୍ ସୁପ୍ରିମ କୋର୍ଟଙ୍କୁ ଏହା ପରାମର୍ଶ ଦେଇଥିଲେ ଯେ ଏହି ମାମଲା ସହ ଜଡ଼ିତ କେତେକ କଥା ଭାରତର ଭିନ୍ନ ଭିନ୍ନ ସ୍ଥାନରେ ବିଛାଇ ହୋଇ ରହିଛି,ତେଣୁ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ଦିଆ ଯିବା ଉଚିତ୍।

   Related Posts