Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁଶାନ୍ତ ସିଂହ ରାଜପୁତ ମାମଲାରେ ଗିରଫ ହେବେ ରିୟା ଚକ୍ରବର୍ତ୍ତୀ ? ସିବିଆଇ ଅଭିନେତ୍ରୀଙ୍କୁ ପଚାରିଲେ ଗୁରୁତ୍ଵପୂର୍ଣ୍ଣ ୧୦ ପ୍ରଶ୍ନ

28/08/2020 at 4:59 PM

ମୁମ୍ବାଇ ୨୮।୦୮: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଵାଭାବିକ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଆଜି ଜେରା କରୁଛି। ଏହି ମାମଲାରେ ତଦନ୍ତ କରିବାରେ ସିବିଆଇକୁ ମୁମ୍ବାଇରେ ସାତ ଦିନ ବିତି ସାରିଛି ଏବଂ ତଦନ୍ତର ଆଜି ଅଷ୍ଟମ ଦିନ। ଯାଞ୍ଚ ଏଜେନ୍ସି ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ଜଡିତ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କୁ ଜେରା କରିଛି। ଆଜି ପ୍ରଥମ ଥର ସିବିଆଇ ରିୟାଙ୍କୁ ଜେରା କରୁଛି। ସୂତ୍ର ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ୧୦ ପ୍ରଶ୍ନ ପଚାରିଛି। ଅପରପକ୍ଷେ ସୁଶାନ୍ତଙ୍କ ପ୍ରଶଂସକ ଲଗାତାର ରିୟାଙ୍କ ଗିରଫଦାରୀ ଦାବି କରି ଏଜେନ୍ସି ଉପରେ ଚାପ ପକାଉଛନ୍ତି।

ସୂତ୍ର ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଦଳର ବରିଷ୍ଠ ଅଧିକାରୀ ନୁପୂର ପ୍ରସାଦ କରୁଛନ୍ତି। ଏଜେନ୍ସି ମାମଲାରେ ସୁଶାନ୍ତଙ୍କ ପିତା ଦ୍ଵାରା ଦାୟର ଅଭିଯୋଗ ଆଧାରରେ ସିବିଆଇ ରିୟାଙ୍କୁ ପଚରାଉଚୁରା କରୁଛି। ଏଜେନ୍ସି ହତ୍ୟା ଦିଗକୁ ନେଇ ଘଟଣାର ତଦନ୍ତରେ ଜୁଟିଛି।

ସିବିଆଇ ରିୟାଙ୍କୁ ପଚାରିଛି ଏହି ୧୦ ପ୍ରଶ୍ନ

୧ – ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବିଷୟରେ ଆପଣଙ୍କୁ କିଏ ସୂଚନା ଦେଲା ଏବଂ ସେହି ସମୟରେ ଆପଣ କଣ କରୁଥିଲେ।

୨ – କଣ  ଝଗଡା କାରଣରୁ ଆପଣ ସୁଶାନ୍ତଙ୍କ ଘର ଛାଡି ଚାଲି ଯାଇଥିଲେ।

୩ – ସୁଶାନ୍ତଙ୍କ ଘରୁ ବାହାରି ଯିବା ପରେ କଣ ଦୁହିଁଙ୍କ ଭିତରେ କିଛି କଥାବାର୍ତ୍ତା ହୋଇଛି। ଜୁନ ୯ରୁ ଜୁନ ୧୪ ମଧ୍ୟରେ କୌଣସି ଆଲୋଚନା ହୋଇଛି କି ? ଯଦି ହଁ ତେବେ କଣ ହୋଇଛି ଏବଂ ଯଦି ନାହିଁ ତେବେ କଣ ପାଇଁ କଥା ହୋଇନଥିଲା।

୪ – ମୃତ୍ୟୁ ଖବର ଶୁଣିବା ମାତ୍ରେ କଣ ରିୟା ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରକୁ ଯାଇଥିଲେ ? ଯଦି ନାହିଁ ତେବେ ଏହା ପଛର କାରଣ କଣ ଏବଂ ସେ ସୁଶାନ୍ତଙ୍କ ମର ଶରୀର କେଉଁଠି ଏବଂ କେବେ ଦେଖିଛନ୍ତି ?

୫ – ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହ ରାଜପୁତଙ୍କ ଘର ଜୁନ ୮ରେ କଣ ପାଇଁ ଛାଡିଲେ ?

୬ – ୟୁରୋପ ଟ୍ରିପରେ ରିୟା ଓ ସୁଶାନ୍ତ କେବେ ଯାଇଥିଲେ ଏବଂ କଣ ସେହି ଟ୍ରିପରେ ପରିବାରର ଅନ୍ୟ କୌଣସି ସଦସ୍ୟ ଥିଲେ କି ?

୭ – ସିବିଆଇ ପ୍ରଶ୍ନ କରିଛି କଣ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହ ରାଜପୁତଙ୍କୁ କୌଣସି ଔଷଧ ଦେଇଛନ୍ତି କିମ୍ବା ଡାକ୍ତରଙ୍କଠାରେ ସୁଶାନ୍ତଙ୍କୁ ଦେଖାଇବା ପାଇଁ କୌଣସି  ଟାଇମ୍ ମାଗିଥିଲେ।

୮ – ରିୟା ଓ ସୁଶାନ୍ତ ଏକ ସଙ୍ଗେ କୌଣସି ଫିଲ୍ମ ପାଇଁ ସାଇନ୍ କରିଥିଲେ କି ?

୯ – ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ମଧ୍ୟରେ କେବେ ଝଗଡା ହୋଇଥିଲା କି ? ଉଭୟଙ୍କ ମଧ୍ୟରେ ସଂପର୍କ କେମିତି ଥିଲା ?

୧୦ – ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ସହ ରିୟା ଚକ୍ରବର୍ତ୍ତୀଙ୍କ ସଂପର୍କ କେମିତି ଥିଲା ? କଣ ରିୟାଙ୍କ ପରିବାର ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରକୁ ଆସିଛନ୍ତି।

ସିବିଆଇ ଏହି ମାମଲାରେ ଏ ପର୍ଯ୍ୟନ୍ତ ଅଭିନେତାଙ୍କ ସହିତ ଫ୍ଲାଟରେ ରହୁଥିବା ସାଙ୍କ ସିଦ୍ଧାର୍ଥ ପିଠାନୀ, ରୋଷେୟା ନିରଜ ସିଂହ ଓ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତ ଓ ଅନ୍ୟଙ୍କୁ ଜେରା କରି ସାରିଛି। ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ  କେସ୍‌ରେ ତଦନ୍ତ ପାଇଁ ଆଠ ଦିନ ହେବ ମୁମ୍ବାଇ ସହରରେ ଅଛନ୍ତି। ଗୁରୁବାର ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିଛି। ଏଜେନ୍ସି ଶୌଭିକଙ୍କୁ ଆଠ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି।

   Related Posts