ଅଡ଼ୁଆରେ ପଡ଼ିଲେ ରିୟା ଚକ୍ରବର୍ତ୍ତୀ : ଇନକମ୍,ଇନଭେଷ୍ଟମେଣ୍ଟ ଏବଂ ବିଜନେସ୍ ପ୍ରଶ୍ନ ସହ ଏବେ ସୁଦ୍ଧା ୧୮ଘଣ୍ଟା ଜେରା କଲା ଇଡି

Published By : Prameya-News7 Bureau | August 11, 2020 IST

ମୁମ୍ବାଇ ୧୧/୮: ପ୍ରବର୍ତ୍ତନ ନିର୍ଦେଶାଳୟ ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ସହ ସମ୍ବନ୍ଧିତ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କଠୁ ଏବେ ସୁଦ୍ଧା ୧୮ଘଣ୍ଟାର ପଚରାଉଚୁରା କରି ସାରିଛି। ସେହିପରି ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ୨୨ଘଣ୍ଟାର ପଚରାଉଚୁରା କରା ଯାଇସାରିଛି। ରିୟା ନିଜ ଆୟ ପାଖାପାଖି ୧୪ରୁ ୧୮ଲକ୍ଷ ଟଙ୍କା ହେବା କଥା କହି ଆୟକର ରିଟର୍ଣ୍ଣ ଫାଇଲ୍ କରିଥିଲେ,କିନ୍ତୁ ତାଙ୍କ ଇନଭେଷ୍ଟମେଣ୍ଟ ଆହୁରି ଅଧିକ। ରିୟା ଯାଞ୍ଚ ଏଜେନ୍ସିକୁ କହିଥିଲେ ଯେ ସେ ନିଜ ଇନକମ୍ ଏବଂ ସେଭିଂରୁ ଅନେକ ଜାଗାରେ ଇନଭେଷ୍ଟ୍ କରିଛନ୍ତି ଏବଂ ଏହା ସହ ବ୍ୟାଙ୍କରୁ ଲୋନ୍ ମଧ୍ୟ ନେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଅବସରପ୍ରାପ୍ତ ଅଧିକାରୀ ଏବଂ ତାଙ୍କୁ ପେନସନଭାବେ ପ୍ରତି ମାସରେ ଲକ୍ଷେ ଟଙ୍କା ମିଳିଥାଏ।

{"id":312982,"sizeSlug":"large"}

 ସୂତ୍ର ମୁତାବକ ରିୟାଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିଲା।

ପ୍ରଥମ ପ୍ରଶ୍ନ: ଆପଣ ଗତ ୨ବର୍ଷ କେଉଁଠି କେଉଁଠି ଇନଭେଷ୍ଟ କରିଛନ୍ତି?

ଦ୍ବିତୀୟ ପ୍ରଶ୍ନ : ଆପଣଙ୍କ ଆୟର ସୋର୍ସ କ’ଣ,ଏହା ସହ ଜଡ଼ିତ କାଗଜପତ୍ର ଦେଖାନ୍ତୁ?

ତୃତୀୟ ପ୍ରଶ୍ନ : ସୁଶାନ୍ତଙ୍କ ଆକାଉଣ୍ଟରୁ ଆପଣଙ୍କ ଆକାଉଣ୍ଟରେ ଆସିଥିବା ଟଙ୍କା କେଉଁଠି ଖର୍ଚ୍ଚ କଲେ,କାଗଜ ଦେଖାନ୍ତୁ?

ଚତୁର୍ଥ ପ୍ରଶ୍ନ : ଆପଣଙ୍କ ଦୁଇଟି ଆକାଉଣ୍ଟରେ ହଠାତ୍ ଏତେ ଟଙ୍କା କେଉଁଠୁ ଆସିଲା?

ପଞ୍ଚମ ପ୍ରଶ୍ନ : ସୁଶାନ୍ତ ଗତ ୨ବର୍ଷରେ କେଉଁଠି କେଉଁଠି ଇନଭେଷ୍ଟ କରିଛନ୍ତି,ଆପଣ ଜାଣିଛନ୍ତି କି?

ଷଷ୍ଠ ପ୍ରଶ୍ନ : ସୁଶାନ୍ତ ଇନଭେଷ୍ଟ କରିବା​‌ ସମୟରେ ଆପଣଙ୍କୁ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ନାମିତ କରିଛନ୍ତି କି?

ସପ୍ତମ ପ୍ରଶ୍ନ : ଆପଣଙ୍କ ଏବଂ ଆପଣଙ୍କ ଭାଇଙ୍କ ନାଁ ରୁଜୁ ଫର୍ମର କାମ କ’ଣ? ତାଙ୍କର ଟଙ୍କା କେଉଁଠୁ ଆସିଲା?

{"id":312983,"sizeSlug":"large"}

ଶୌଭିକଙ୍କୁ ଏବେ ସୁଦ୍ଧା ପାଖାପାଖି ୨୨ଘଣ୍ଟା ପଚରାଉଚୁରା କରା ଯାଇସାରିଛି। ଶୌଭିକ ରାତି ସାରା ପଚରାଉଚୁରା ପରେ ରବିବାର ସକାଳ ପାଖାପାଖି ୬ଟାରେ ଇଡି ଅଫିସ୍ ଅଭିମୁଖେ ବାହାରିଥିଲେ। ତାଙ୍କୁ ଶନିବାର ଦ୍ବିପ୍ରହରରେ ପଚରାଉଚୁରା ଆରମ୍ଭ ହୋଇଥିଲା।

{"id":312984,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.