Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ପଡୋଶୀ ମହିଳାଙ୍କ ବିରୋଧରେ ସିବିଆଇକୁ ଚିଠି ଲେଖିଲେ ରିୟା, କହିଲେ ‘ସେ ଟିଭିରେ ମିଛ କହିଛନ୍ତି’

12/10/2020 at 10:32 PM

ନୂଆଦିଲ୍ଲୀ,୧୨|୧୦:   ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିଛି । ଜେଲରେ ଏକ ମାସ କାଟିବା ପରେ ଗତ ସପ୍ତାହରେ ତାଙ୍କୁ ଜାମିନ ମିଳିଥିଲା । ଏହାପରେ ସେ ସିବିଆଇକୁ ଚିଠି ଲେଖି ତାଙ୍କର ଜଣେ ପଡୋଶୀ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନେବାକୁ ଦାବି କରିଛନ୍ତି ।

ରିୟା ଅଭିଯୋଗ କରିଛନ୍ତି ଯେ, ପଡୋଶୀ ମହିଳା ଡିମ୍ପଲ ତାଓ୍ୱାନି ଟିଭିରେ ମିଛ କହିଛନ୍ତି । ଭୁଲ ବୟାନ ଦେଇଛନ୍ତି । ପଡୋଶୀ ଜଣଙ୍କ କହିଥିଲେ ଯେ, ସୁଶାନ୍ତ ରିୟାଙ୍କୁ ଜୁନ ୧୩ ତାରିଖରେ ଘରେ ଛାଡିଥିଲେ । ଏହାପରେ ୧୪ ତାରିଖରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏହା ଆଉ ଜଣେ ବ୍ୟକ୍ତି ନିଜ ଆଖିରେ ଦେଖିଥିବା ଡିମ୍ପଲ ଦାବି କରିଥିଲେ । ଏହି କଥାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ରିୟା । ସେକ୍ସନ ୨୦୩ ଓ ୨୦୧୧ରେ ଡିମ୍ପଲଙ୍କ ବିରୋଧରେ ମାମଲା ହେଉ ବୋଲି ରିୟା ଦାବି କରିଛନ୍ତି ।

ରିୟା ଆହୁରି କହିଛନ୍ତି ଯେ, ଡିମ୍ପଲଙ୍କ କଥାକୁ ନେଇ ରିପବ୍ଲିକ ଟିଭିରେ ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଲଗାଯାଇଥିଲା । ଏନେଇ ରିୟା ସିବିଆଇକୁ ଚିଠି ଲେଖିଛନ୍ତି । ରିୟାଙ୍କ ଓକିଲ ସତିଶ ମାନସିନ୍ଦେ କହିଥିଲେ ଯେ, ଯେଉଁମାନେ ଭୁଲ ଓ ମିଛ କହିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ସତିଶଙ୍କ ବୟାନର ଗୋଟିଏ ଦିନ ପରେ ରିୟା ଏହି ଚିଠି ଲେଖିଛନ୍ତି ।

   Related Posts