Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ପାହାଡିଆ ଅଞ୍ଚଳରେ ଲଗାଣ ବର୍ଷା, ୟୁପିର ନଦୀରେ ବନ୍ୟା ସ୍ଥିତି, ଉତ୍ତରାଖଣ୍ଡରେ ଭୂସ୍ଖଳନ ବଢ଼ାଇଛି ଚିନ୍ତା

21/06/2021 at 10:35 PM

ନୂଆଦିଲ୍ଲୀ ୨୧/୬: ଉତ୍ତର ଭାରତରେ  ଭୀଷଣ ବର୍ଷା ଯୋଗୁଁ ହଜାର ହାଜର ଲୋକ ପ୍ରଭାବିତ ହୋଇଛନ୍ତି। ପର୍ବତ ଘେରା ରାଜ୍ୟ ଉତ୍ତରାଖଣ୍ଡରେ ନଦୀରେ ବର୍ଦ୍ଧିତ ଜଳସ୍ତର ଏବଂ ଭୂସ୍ଖଳନ ମୁସକିଲ୍‌ ବଢ଼ାଇଛି। ଭୂସ୍ଖଳନ ଯୋଗୁଁ ଅନେକ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଋଦ୍ରପ୍ରୟାଗ, ଶ୍ରୀନଗରରେ ଅଳକାନନ୍ଦା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପଟେ ଋଷିକେଶ, ହରିଦ୍ବାରରେ ଗଙ୍ଗାର ଜଳସ୍ତର ବହୁତ ଅଧିକ ବଢ଼ିଛି।

ଉତ୍ତରାଖଣ୍ଡରେ ହେଉଥିବା ପ୍ରବଳ ବର୍ଷାର ପ୍ରଭାବ ସିଧା ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ପଡ଼ିଛି। ନଦିରେ ଉଛୁଳୁଥିବା ଜଳ ରାଶି ଲୋକଙ୍କୁ ଡରାଉଛି। ଏହାକୁ ନେଇ ପ୍ରଶାସନ ଆଲର୍ଟ ଥିବା କହିଛି। ଉତ୍ତରପ୍ରଦେଶ ବ୍ୟତୀତ ବିହାରରେ ପ୍ରଭାହିତ ନଦୀରେ ଜଳସ୍ତର ବଢ଼ିଛି। ଉତ୍ତରପ୍ରଦେଶରେ ଥିବା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଥିବା ସୂଚନା ମିଳିଛି।

ରାଜ୍ୟରେ ଥିବା ତଳିଆ ଜିଲ୍ଲାଗୁଡ଼ିକ ପାଇଁ ଆଲର୍ଟ ଜାରି କରାଯାଇଛି। ୟୁପିରେ ୧୦ ଜିଲ୍ଲା ବହରାଇଚ୍‌, ବଳରାମପୁର, ଗୋରଖପୁର, ପିଲିଭିଟ୍‌, ଲକ୍ଷିମପୁର ଖେରୀ, ସିଦ୍ଧାର୍ଥନଗର,ମହାରାଜଗଞ୍ଜ, କୁଶୀନଗର, ସୀତାପୁ ଏବଂ ଶ୍ରୀବସ୍ତିର  କିଛି ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି। ଏହି ୧୦ ଜିଲ୍ଲାର ୨୨ ଗାଁ ବନ୍ୟା ଜଳ ଘେରରେ ରହିଛି।

ଗଙ୍ଗା, ଯମୁନା, ରାପତି ଏବହ ଶାରଦା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପହଞ୍ଚିବା ପରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ଜାରି କରାଯାଇଛି। ରାଜ୍ୟ ସରକାର ଲକ୍ଷ୍ନୌ, ବାରଣାସୀ, ଗୋରଖପୁର, ବହରାଇଚ୍‌, ସିଦ୍ଧାର୍ଥନଗର ଏବଂ ଶ୍ରୀବସ୍ତି ସମେତ ୬ ଜିଲ୍ଲାରେ ଏନଡିଆରଏଫ ଟିମ୍‌ ମୁତୟନ ହୋଇଛି। ୧୧ ଜିଲ୍ଲାରେ ଏସଡିଆରଏଫ ଟିମ୍‌ ସଜାଗ ଥିବା ଜଣାପଡ଼ିଛି ।

   Related Posts