Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଫୁଲୁଛି ଲୁଣା, ପାଇକା ଓ ଚିତ୍ରୋତ୍ପଳା : କିନ୍ତୁ ଏବେବି ବିପଦ ସଙ୍କେତ ତଳେ ଜଳସ୍ତର

18/09/2021 at 11:56 AM

ମାର୍ଶାଘାଇ, ୧୮।୦୯ :  ମହାନଦୀରେ ବନ୍ୟାଜଳ ଆସିବା ଯୋଗୁଁ ତଳିଆ ଅଞ୍ଚଳର ବିଭିନ୍ନ ନଈନାଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ପୂର୍ବରୁ ଏସ୍ ଆର୍ ସି ପ୍ରଦୀପ ଜେନା ମଧ୍ୟ ସୂଚନା ଦେଇସାରିଛନ୍ତି ।

ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ଗରଦପୁର ଓ ମାର୍ଶାଘାଇ  ବ୍ଲକ ଦେଇ ପ୍ରବାହିତ ଲୁଣା, ଚିତ୍ରୋତ୍ପଳା ଏବଂ ପାଇକା ନଦୀରେ ଜଳସ୍ତର ବୃଦ୍ଧି ପାଉଛି । କିନ୍ତୁ ଜଳସ୍ତର ବର୍ତ୍ତମାନ ବିପଦ ସଂଙ୍କେତ ତଳେ ରହିଛି । ତଳିଆ ଅଞ୍ଚଳରେ ଲୁଣାନଦୀରେ ବିପଦ ସଙ୍କେତ ୧୦:୭୫ ମିଟର ଥିବାବେଳେ ୯:୯୮ ମିଟରରେ ପ୍ରବାହିତ ହେଉଛି । ସେହିପରି ଚିତ୍ରୋତ୍ପଳା ନଦୀରେ ବିପଦ ସଂଙ୍କେତ ୧୮:୭୦ ଫୁଟ ଥିବା ବେଳେ ବର୍ତ୍ତମାନ ୧୭:୩୦ ଫୁଟରେ ପ୍ରବାହିତ ହେଉଛି ।

ପାଇକା ନଦୀରେ ବିପଦ ସଂକେତ ୨୧:୦୫ ଫୁଟ ଥିବାବେଳେ ପାଣି ୨୦:୦୧ ଫୁଟରେ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ପାଇକା ନଦୀ କୂଳର ବଟିରା ,ଧନିଆପଡା ଏବଂ ଦଶମାଣକୂଳ ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ।

   Related Posts