ପାଣିରେ ଲାଗିଛି ନିଆଁ , ଧୂଆଁ ଯୋଗୁଁ କଳା ହୋଇଗଲାଣି ସ୍ଥାନୀୟ ଅଞ୍ଚଳ

Published By : Prameya-News7 Bureau | February 03, 2020 IST

ଦେବ୍ରୁଗଡ ୦୩।୦୨: ନଈରେ ଲାଗିଛି ନିଆଁ । ଆସାମ ଦେବ୍ରୁଗଡ଼ ଜିଲ୍ଲା ବୁରହି ଡିହିଙ୍ଗ ନଈରେ ନିଆଁ ଲାଗିଛି । ସାସୋନିଆ ଗାଁ ନିକଟରେ ଥିବା ଏହି ନଈ ଦେଇ ଯାଇଥିବା ପାଇପ ଲାଇନରୁ ତେଲ ଲିକ୍ ହୋଇ ନିଆଁ ଲାଗିଯାଇଛି ।ଗତ କିଛି ଦିନ ହେଲା ପାଇପ ଲାଇନରୁ ତେଲ ଲିକ୍‌ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

{"id":219499,"sizeSlug":"large"}

କେହି ସଂଦିଗ୍ଧ ବ୍ୟକ୍ତି ନିଆଁ ଲଗାଇଦେବା ଫଳରେ ନଈ ପାଣି ଉପରେ ଭାସୁଥିବା ତେଲ ଜଳୁଛି । ଇଣ୍ଡିଆନ ଅଏଲ ଦୁଲିଆ ଜୋନ୍ ପ୍ଲାଣ୍ଟକୁ ଏହି ପାଇପ ଲାଇନ ଯାଇଛି । ତିନି ଦିନ ହେଲା ନିଆଁ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ପ୍ରଶାସନ ଏବଂ ଇଣ୍ଡିଆନ ଅଏଲ ଅଧିକାରୀଙ୍କୁ ବି ଜଣାଇଛନ୍ତି । କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ନିଆଁ ଲାଗିବାର ଭିଜୁଆଲ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.