ବନ୍ୟା ପରେ ଧସୁଛି ନଦୀ ବନ୍ଧ, ଲୋକେ ଆତଙ୍କିତ

Published By : Prameya-News7 Bureau | September 03, 2020 IST

ଭଦ୍ରକ ୦୩।୦୯:  ବନ୍ୟା ପରେ ଧସୁଛି ନଦୀ ବନ୍ଧ । ବର୍ଷା ବେଳେ ବନ୍ଧରେ ଫାଟ ସୃଷ୍ଟି ହୋଇଥିଲା । ନଦୀରୁ ପାଣି କମିଲା ପରେ ବନ୍ଧ ଧସି ନଦୀ ଗର୍ଭକୁ ଚାଲିଯାଉଛି । ଏବେ ଚିନ୍ତାରେ ଅଛନ୍ତି ବନ୍ଧ କୂଳିଆ ଗ୍ରାମବାସୀ ।

{"id":324266,"sizeSlug":"large"}

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତରେ ପୁଣି ଗେଙ୍ଗୁଟି ନଦୀ ବନ୍ଧ ଧସିଛି । ପୂର୍ବରୁ ରମେଶ୍ଵରପୁର ମହାନ୍ତିସାହି ନିକଟରେ ପ୍ରାୟ ୧୦୦ ଫୁଟ ଲମ୍ବର ପଥର ପ୍ୟାକିଙ୍ଗ ଖସିଥିଲା । ପୁଣି ଅପର ପାର୍ଶ୍ଵରେ ଥିବା ମଳିକସାହି ନିକଟରେ ପ୍ରାୟ ୩୦ ଫୁଟ ଲମ୍ବର ବନ୍ଧ ନଦୀ ଗର୍ଭକୁ ଧସିଯାଇଥିଲା । ପୂର୍ବରୁ ଫାଟ ସୃଷ୍ଟି ହୋଇଥିବା ବେଳେ ବନ୍ୟା ପାଣି କମିବା ପରେ ବନ୍ଧ ଧସିଛି । ଏବେ ଦଳାଙ୍ଗ ତିଆଡି ସାହି ନିକଟରେ ନଦୀ ବନ୍ଧ ପ୍ରାୟ ୧୫୦ ଫୁଟରୁ ଅଧିକ ଧସିଛି । ବନ୍ଧର ନଦୀ ପଟକୁ ଥିବା ଅଂଶ ସମ୍ପୁର୍ଣ ଭାବେ ନଦୀ ଗର୍ଭକୁ ଚାଲିଯାଇଥିବାର ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.