ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି; ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୈତରଣୀ
14/10/2018 at 12:04 PM

ଭଦ୍ରକ ୧୪/୧୦ : ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ଆଖୁଆପଦାର ଆନିକଟ ନିକଟରେ ବୈତରଣୀ ବିପଦ ସଂକେତ ତଳକୁ ଖସିଛି । ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ବର୍ତମାନ ନଦୀର ଜଳସ୍ତର ରହିଛି ୧୭.୪୭ ମିଟର । ସେପଟେ ବିଭିନ୍ନ ଅଞ୍ଚଳରୁ ପାଣି ଛାଡିବାରେ ଲାଗିଛି । ଭଣ୍ଡାରିପୋଖରୀ ବ୍ଲକର ପାଣି ଘେରରେ ଥିବା ଗାଁରୁ ଧୀରେ ଧୀରେ ପାଣି କମିବାରେ ଲାଗିଛି । ବନ୍ୟା ଯୋଗୁ ବିଶେଷ କରି ଭଣ୍ଡାରିପୋଖରୀର ମାଳଦା, ନପଙ୍ଗ, ରହଣିଆ, ସରସଦା, ବାଲିପୋଖରୀ ସହ ଧାମନଗରର ସେଂଢ଼ପୁର, ଦୋବଲ, ରଣଜିତ ଆଦି ଅଞ୍ଚଳରେ ପାଣି ପଶିଥିଲା । ଏହାସହ ଚାଷ ଜମି ଗୁଡିକ ମଧ୍ୟ ଜଳମଗ୍ନ ହୋଇଯାଇଥିଲା ।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021