ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ଦୁଇ ଘଣ୍ଟା ବିଳମ୍ବ
19/09/2019 at 12:29 PM

ପୁରୀ ୧୯।୯: ଆଜି ଶ୍ରୀମନ୍ଦିରରେ ନୀତି ଦୁଇ ଘଣ୍ଟା ବିଳମ୍ବ ହୋଇଛି। ସୁଆର ବଡୁ ସେବାୟତ ରାଜା ରାମ ମେକାପ ନୀତ ନ କରି ଅସହଯୋଗ କରିଛନ୍ତି । ତିନି ମାସ ହେଲା ପ୍ରାପ୍ୟ ମିଳିନଥିବାରୁ ବାରମ୍ବାର ଦାବି କଲେ ବି କେହି ଶୁଣୁ ନାହାନ୍ତି। ସେପଟେ ଏ ନେଇ ନିଯୋଗ ଓ ପ୍ରଶାସନକୁ ମଧ୍ୟ ଅଭିଯୋଗ କରିଛନ୍ତି । ତେଣୁ ଆଜି ବାଧ୍ୟ ହୋଇ ନୀତି ବନ୍ଦ କରିଥିଲେ ।

ଆଜି ସକାଳେ ବଲ୍ଲଭ ଭୋଗ ପୂର୍ବରୁ ପାଣି ପକାଇବା ଦାୟିତ୍ବ ଥିଲା ରାଜା ରାମଙ୍କର । ତେବେ ଅନ୍ୟ ସେବାୟତମାନେ ନୀତି କରିବା ପାଇଁ ବୁଝାଇବା ପରେ ଏବେ ଦିନ ୧୧ଟା ପରେ ନୀତି ଆରମ୍ଭ ହୋଇଛି । ହେଲେ ପ୍ରଶାସନ ଆଜି ନ ଶୁଣିଲେ ଆଗାମୀ ଦିନରେ ନୀତି କରିବେ ନାହିଁ ବୋଲି ଧମକ ଦେଇଛନ୍ତି ରାଜା। ଯଦି ବିଳମ୍ବ ହେଲେ ପ୍ରଶାସନ ପଦକ୍ଷେପ ନେଇ ପାଉଣା କାଟି ଦେଉଛି ତେବେ ୩ ମାସ ହେଲା କାହିଁକି ସେମାନଙ୍କ ଉପରେ ପଦକ୍ଷେପ ନିଆଯିବନି ବୋଲି କହିଛନ୍ତି ସୁଆର ସେବାୟତ।